www.samajalive.in
Friday, December 12, 2025
14.1 C
Bhubaneswar

ସ୍ବାଭାବିକଠୁ ୧୩% କମ୍‌ ବର୍ଷା

ଭୁବନେଶ୍ବର : ଘୂର୍ଣ୍ଣିବଳୟ, ଲଘୁଚାପ ସତ୍ତ୍ବେ ରାଜ୍ୟରେ ଏବେ ମଧ୍ୟ ବର୍ଷା ସ୍ବାଭାବିକଠାରୁ ୧୩% କମ୍‌ ରହିଛି। ମାଲକାନଗିରି ସମେତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଅଳ୍ପ କେତେକ ଜିଲାରେ ଅଧିକ ବର୍ଷା ହୋଇଛି। ମାତ୍ର ହାରାହାରି ବର୍ଷା ପରିମାଣ କମ୍‌ ରହିଛି। ଚାଷ କାର୍ଯ୍ୟ ପାଇଁ ଯେତେ ବର୍ଷାର ଆବଶ୍ୟକତା ରହିଛି ତାହା ପୂରଣ ହୋଇପାରିନି। ମୌସୁମି ସକ୍ରିୟ ରହୁଥିବା ସତ୍ତ୍ବେ ବର୍ଷା ପରିମାଣ କମିଛି। ତେବେ ଆଗକୁ ଲଘୁଚାପ ଥିବାରୁ ଏବଂ ହୀରାକୁଦ ପାଣି ଛାଡୁଥିବାରୁ ନିଅଣ୍ଟିଆ ସ୍ଥିତି ଭରଣା ହେବାର ସମ୍ଭାବନା ରହିଛି।
ଜୁନ ୧ରୁ ଜୁଲାଇ ୨୩ସୁଦ୍ଧା ରାଜ୍ୟରେ ୪୦୧.୩ ମି.ମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ବାଭାଵିକ ବର୍ଷା ୪୫୮.୮ମି.ମି ତୁଳନାରେ ୧୩% କମ। ଏହି ଅବଧି ମଧ୍ୟରେ ମାଲକାନଗିରି ଜିଲାରେ ସର୍ବାଧିକ ୬୮୪.୪ ମି.ମି ବର୍ଷା ହୋଇଛି ସେଠାରେ ୪୨% ଅଧିକ ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମରେ ସର୍ବନିମ୍ନ ୨୨୧.୮ମି.ମି ବର୍ଷା ହୋଇଥିବା ବେଳେ ଜିଲାରେ ୩୬% ନିଅଣ୍ଟିଆ ରେକର୍ଡ ହୋଇଛି। ରାଜ୍ୟରେ ମୌସୁମୀ ସ୍ୱାଭାବିକ ରହିଥିବାରୁ ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧୪.୨ ମି.ମି ବର୍ଷା ରେକର୍ଡ କରାଯାଇଛି।
ସୋମବାର ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୫ରୁ ବର୍ଷା ପରିମାଣ ବଢିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, ବାଲେଶ୍ବର, ସମ୍ବଲପୁର, ଅନୁଗୋଳ, କଟକ ଏବଂ କନ୍ଧମାଳରେ ମଧ୍ୟମ ଧରଣ ବର୍ଷା ହୋଇଛି। ରବିବାର ଗଜପତି,ନୟାଗଡ,ତାଳଚେର, ନବରଙ୍ଗପୁର, ବାରିପଦା ଆଦି ଜିଲାରେ ବର୍ଷା ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ ଏବଂ ବଲାଙ୍ଗୀର ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବା ହୋଇପାରେ। ଉପରୋକ୍ତ ଜିଲା ଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories