www.samajalive.in
Saturday, December 6, 2025
23.1 C
Bhubaneswar

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବରଫାବୃତ ମନାଲୀ

ମନାଲୀ: ମନ ମୋହି ନିଏ ମନାଲୀ ହିଲ୍ ଷ୍ଟେସନ । ମନାଲୀ ହିଲ୍ ଷ୍ଟେସନ ବୁଲିବା ପାଇଁ ଅନେକ ଦିନରୁ ଲୋକେ ଅପେକ୍ଷା କରିଥାଆନ୍ତି । ସାଙ୍ଗସାଥୀ ଓ ପରିବାର ସହ ଲୋକେ ଏଠାକୁ ବୁଲିବାକୁ ଆସିଥାନ୍ତି । ଗ୍ରୀଷ୍ମ ବା ଅନ୍ୟ ଋତୁରେ ଏଠାକାର ପାଣିପାଗ ଅଲଗା ହୋଇଥାଏ, କିନ୍ତୁ ଶୀତ ଋତୁରେ ମନାଲୀ ଜନ୍ନତ ବା ସ୍ବର୍ଗ ଠାରୁ କମ୍ ନୁହେଁ । ଏହି ସ୍ଥାନର ଫଟୋ କୌଣସି ଏକ ଫିଲ୍ମ ଦୃଶ୍ୟ ଭଳି ଦେଖିବାକୁ ମିଳେ ।

ସେହିପରି କିଛି ଦିନ ହେଲା ହିମାଚଳ ପ୍ରଦେଶର ମନାଲୀ ବା ନାରକଣ୍ଡାରେ ବରଫ ପାତ ଜାରି ରହିଛି । ସେଠାକାର ତାପମାତ୍ରା ଶୂନ୍ୟରୁ ବିଯୁକ୍ତ ୧.୨ ଡିଗ୍ରୀ ସେଲସିୟସ ତଳକୁ ରହିଛି । ସ୍ଥାନୀୟ ପାଣିପାଗ ବିଭାଗର ନିର୍ଦେଶକ ମନମୋହନ ସିଂହଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ମନାଲୀ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ୧.୨ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି । ଲାହୌଲରେ ତାପମାତ୍ରା ଶୂନ୍ୟରୁ ବିଯୁକ୍ତ ୩.୩ ଡିଗ୍ରୀ ସେଲସିୟସ ତଳେ ରହିଥିବା ବେଳେ କଳ୍ପାରେ ତାପମାତ୍ରା ଶୂନ୍ୟରୁ ବିଯୁକ୍ତ ୦.୮ ଡିଗ୍ରୀ ତଳେ ରହିଛି । ଅନ୍ୟପକ୍ଷରେ ଧର୍ମଶାଳାରେ ବିଯୁକ୍ତ ୮.୮ ଡିଗ୍ରୀ ଏବଂ ଶିମଳାରେ ୩.୩ ଡିଗ୍ରୀ ସେଲସିୟସ ରହିଛି । ବରଫପାତ ଯୋଗୁଁ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଛି । ମନାଲୀ ଏବଂ ସ୍ଥାନୀୟ ପାହାଡିଆ ଅଞ୍ଚଳରେ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ଧର୍ମଶାଳା ଏବଂ ପାଲମପୁରରେ ମଧ୍ୟ ବରଫପାତ ହୋଇଛି ।

- Advertisement -

ଗମନାଗମନ: ଭୁବନେଶ୍ବରରୁ ମନାଲୀର ସଡ଼କ ପଥରେ ଦୂରତା ହେଉଛି ୨୨୦୯ କିମି ଏବଂ ଆକାଶ ମାର୍ଗ ଦୂରତା(aerial distance) ହେଉଛି ୧୫୮୨ କିମି ।

ମନାଲୀ ଯିବାକୁ ହେ​‌ଲେ ଆକାଶ ମାର୍ଗ ଯୋଗେ ଆପଣ କୁଲୁ ଯାଇପାରିବେ । କୁଲୁରେ ପହଞ୍ଚିବା ପାଇଁ ଭୁବନେଶ୍ବରରୁ ଆକାଶ ମାର୍ଗରେ ଦୂରତା ହେଉଛି ୧୫୫୭ କିମି, ସେଥିପାଇଁ ଆପଣଙ୍କୁ ୧୦ ଘଣ୍ଟା ୨୦ ମିନିଟ୍ ସମୟ ଲାଗିବ । ପରେ କୁଲୁରୁ ଆପଣ ସିଧାସଳଖ ଭାବେ ମନାଲୀରେ ପହଞ୍ଚି ପାରିବେ । ସେଥିପାଇଁ ଆପଣଙ୍କୁ ବସ ଯୋଗେ ଯିବାକୁ ପଡିବ । କୁଲୁରୁ ମନାଲୀ ହେଉଛି ୨୮ କିମି, ସେଥିପାଇଁ ଏକ ଘଣ୍ଟା ୧୦ ମିନିଟ୍ ସମୟ ଲାଗିବ ।

ଭୁବନେଶ୍ବର-ଦିଲ୍ଲୀ-ଚଣ୍ଡିଗଡ ହୋଇ ମନାଲୀରେ ପହଞ୍ଚିବେ । ସେଥିପାଇଁ ପ୍ରଥମେ ଆପଣଙ୍କୁ ଭୁବନେଶ୍ବର ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରିବାକୁ ପଡିବା । ଭୁବନେଶ୍ବରରୁ ଦିଲ୍ଲୀ ହେଉଛି ୧୨୭୧ କିମି, ମାତ୍ର ଦୁଇ ଘଣ୍ଟାରେ ଆପଣ ସେଠାରେ ପହଞ୍ଚି ଯାଇପାରିବେ । ଦିଲ୍ଲୀରୁ ଚଣ୍ଡିଗଡ ହେଉଛି ୨୩୮ କିମି । ଉଡାଜାହଜରେ ଗଲେ ମାତ୍ର ୪୦ ମିନିଟରେ ଆପଣ ଚଣ୍ଡିଗଡରେ ପହଞ୍ଚି ଯି​‌​‌ବେ । ଚଣ୍ଡିଗଡରୁ ମନାଲୀ ଯିବା ପାଇଁ ଆପଣଙ୍କୁ ୪ ଘଣ୍ଟା ୨୦ ମିନିଟ୍ ସମୟ ଲାଗିବ । ସେଥିପାଇଁ ଆପଣଙ୍କୁ ୧୭୩ କିମି ରାସ୍ତା ବସ ଯୋଗେ ଯିବାକୁ ପଡିପାରେ ।

ସେହିପରି ଆପଣ ଟ୍ରେନରେ ମଧ୍ୟ ଯାତ୍ରା କରିପାରିବେ । ଭୁବନେଶ୍ବରରୁ ଦିଲ୍ଲୀ ଟ୍ରେନରେ ଯାଇପାରିବେ । ପରେ ଦିଲ୍ଲୀରୁ ପଞ୍ଜାବ ବା ଚଣ୍ଡିଗଡ ଦେଇ ମନାଲୀରେ ପହଞ୍ଚିଯିବେ ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories