www.samajalive.in
Wednesday, December 10, 2025
16.1 C
Bhubaneswar

ଦ୍ୱିତୀୟ ଦିନରେ କୋଟାଗାଁ ଚାଷୀଙ୍କ ଆନ୍ଦୋଳନ

କଲମପୁର : କୋଟାଗାଁ ଧାନ ମଣ୍ଡି ପରିଚାଳନା ଦାୟିତ୍ୱରେ ଥିବା ମା’ ମଙ୍ଗଳା ମହିଳା ଗୋଷ୍ଠୀଙ୍କ ଅବହେଳାର ପ୍ରତିବାଦ ଏବଂ ମହିଳା ଗୋଷ୍ଠୀଙ୍କ ପ୍ରତିବଦଳରେ ମଣ୍ଡଳ ପ୍ରାଥମିକ କୃଷି ସମବାୟ ସମିତିକୁ କୋଟାଗାଁ ଧାନ ମଣ୍ଡି ପରିଚାଳନା ଦାୟିତ୍ୱ ଦେବା ନେଇ ଜାରି ରହିଛି ତାଲା ବନ୍ଦ ଆନ୍ଦୋଳନ। ଆଜି ଦ୍ୱିତୀୟ ଦିନରେ ମଧ୍ୟ ଚାଷୀ କଲମପୁର ତହସିଲ କାର୍ଯ୍ୟାଳୟରେ ତାଲା ଦେଇ ଆନ୍ଦୋଳନ ଜାରି ରଖିଛନ୍ତି । ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥ ଜଣାଇ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ଗଣ ଧାରଣାରେ ସାମିଲ ହେଇଥିଲେ । ଏହାର ପରବର୍ତ୍ତୀ  ସମୟରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ପାଟ୍ଟଯୋଷୀ ଏବଂ କଂଗ୍ରେସର ବରିଷ୍ଠ ନେତା ଦିଗାମ୍ବର ଦୁରିଆ ପ୍ରମୁଖ ଏହି ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହେଇଥିଲେ।
ସୁଚନାଯୋଗ୍ୟଯେ, ବର୍ତ୍ତମାନ ଖରିଫ ଚାଷ ଆରମ୍ଭ ହେଇ ସାରିଲାଣି, କିନ୍ତୁ ପରିତାପର ବିଷୟ କୋଟାଗାଁ ଧାନ ମଣ୍ଡି ପରିଚାଳନା ଦାଇତ୍ୱରେ ଥିବା ମହିଳା ଗୋଷ୍ଠୀଙ୍କ ଅବହେଳା କାରଣରୁ ଧାନ ବିକ୍ରୟ କରିଥିବା ୧୭ ଜଣ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇ ନାହାଁନ୍ତି । ସେହିଭଳି ଅନେକ ଚାଷୀ ଧାନ ବିକ୍ରୟ କରୁଥିଲେ ମଧ୍ୟ ସେମାନଙ୍କୁ ଭେଣ୍ଡର ସ୍ଲିପ ମିଳୁ ନାହିଁ। ଅନ୍ୟପଟେ ଦିନ ଦିନ ଧରି ଖୋଲା ଆକାଶ ତଳେ ଚାଷୀ ଅସହାୟ ଅବସ୍ଥାରେ ପଡି ରହିଥିଲେ ମଧ୍ୟ ନିରୀହ ଚାଷୀଙ୍କ ପ୍ରତିବଦଳରେ ମଣ୍ଡି ବାହାରେ ଥିବା ମୁଷ୍ଟିମେୟ କିଛି ବ୍ୟକ୍ତି ବିଶେଷଙ୍କ ଧାନ ଉଠାଣ କରାଯାଇଥାଏ। ବାରମ୍ବାର ଏନେଇ ଅଭିଯୋଗ ହେଲା ମଧ୍ୟ ମହିଳା ଗୋଷ୍ଠୀ ନିରବ ଦର୍ଶକ । ତେଣୁ ମହିଳା ଗୋଷ୍ଠୀଙ୍କ ପ୍ରତିବଦଳରେ ସମବାୟ ସମିତିକୁ ଧାନ ମଣ୍ଡି ପରିଚାଳନା ଦାୟିତ୍ୱ ଦେବା ପାଇଁ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହେଉଥିଲେ ମଧ୍ୟ କେହି ଅଧିକାରୀ ଗୁରୁତ୍ୱ ଦେଇ ନାହାଁନ୍ତି। ଯେଉଁଥିପାଇଁ ଅସହାୟ ଚାଷୀ କଲମପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ ତାଲା ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ତହସିଲଦାର ରୁଦ୍ର ମୋହନ ନାୟକ ଏନେଇ କୌଣସି ନିଷ୍ପତ୍ତି ନେଉନଥିବାରୁ ଚାଷୀ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଗୁରୁବାର ଏହି ଆନ୍ଦୋଳନର ଦ୍ୱିତୀୟ ଦିନ ଚାଷୀଙ୍କ ସହ ତହସିଲଦାର ଶ୍ରୀ ନାୟକ ଏବଂ କଲମପୁର ଥାନା ଅଧିକାରୀ ଆଲୋଚନା କରିଥିଲେ କିନ୍ତୁ ଚାଷୀ ଲିଖିତ ପ୍ରତିଶୃତି ପାଇଁ ଅଡି ବସିଥିଲେ। ତହସିଲଦାର ଶ୍ରୀ ନାୟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପାଇଁ ଭବାନିପାଟଣା ଗସ୍ତ କରିଥିଲେ। ପରବର୍ତ୍ତୀ ସମୟରେ ଧର୍ମଗଡ ଉପଖଣ୍ଡ ଆରକ୍ଷୀ ଅଧକାରୀ ଧିରଜ କୁମାର ଚୋପଦାର ଆନ୍ଦୋଳନ ସ୍ଥଳରେ ପହଞ୍ଚି ତହସିଲ କାର୍ଯ୍ୟାଳୟର ତାଲା ଖୋଲିବା ପାଇଁ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଆନ୍ଦୋଳନକାରୀ ଚାଷୀ ଏହି ପ୍ରସ୍ତାବରେ ଅମଙ୍ଗ ହେଇଥିଲେ । ଶେଷରେ କଲମପୁର ଥାନା ଅଧିକାରୀ ଶ୍ରୀ ଶବର ନିଜେ ତହସିଲ କାର୍ଯ୍ୟାଳୟର ତାଲା ଖୋଲି ଥିଲେ । ପରବର୍ତ୍ତୀ  ସମୟରେ ତହସିଲଦାର ଫେରିଲେ ମଧ୍ୟ ଜିଲ୍ଲାପାଳଙ୍କ ସହ କୌଣସି ଆଲୋଚନା ହେଇନଥିବା ନେଇ ସୁଚନା ଦେଇଥିଲେ। ଯାହା ଫଳରେ ଚାଷୀ ନିରାଶ ହେବା ସହ ପୁଣି ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଆନ୍ଦୋଳନଜାରି ରଖିବାକୁ ସୁଚନା ଦେଇଛନ୍ତି।
ଅନ୍ୟପଟେ ଯୋଗାଣ ବିଭାଗ ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଉଚିତ। କିନ୍ତୁ ଚାଷୀଙ୍କ ସ୍ୱାର୍ଥ ବଦଳରେ ଅନ୍ୟ କିଛି ଲୋକଙ୍କ ଚାପରେ ଏହାର ସମାଧାନ ହେଉନଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories