ଆଠଗଡ଼: କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପୋଷ୍ୟଭାବେ ଗ୍ରହଣ କରିଥିବା ଆଠଗଡ଼ର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠକୁ ବୁଧବାର ଅପରାହ୍ନରେ ପରିଦର୍ଶନରେ ଆସି ସ୍କୁଲର ଉନ୍ନୟନ କାର୍ଯ୍ୟ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଉପରମହଲାରେ ନିର୍ମାଣାଧିନ ଶ୍ରେଣୀକକ୍ଷ କାର୍ଯ୍ୟ ଅନୁଧ୍ୟାନ କରିବା ସହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ଉପସ୍ଥିତ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍କୁଲରେ ଗୁଣାତ୍ମକ ଶିକ୍ଷାଦାନକୁ ସର୍ବାଧିକ ଗୁରୁତ୍ୱ ଦେବା ପାଇଁ ଉପସ୍ଥିତ ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରୀ ଚୟନୀ ପରାମର୍ଶ ଦେଇଥିଲେ।
Popular Categories



