www.samajalive.in
Sunday, December 14, 2025
26.1 C
Bhubaneswar

ଏନଏସି କାଉନସିଲ ବୈଠକ – ୧୧୭ଟି ପ୍ରକଳ୍ପକୁ ଅନୁମୋଦନ

ଆଠଗଡ଼: ଆଠଗଡ଼ ଏନଏସିର କାଉନସିଲ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ସହରର ବିକାଶ ଲାଗି ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ ଉପସ୍ଥିତ କାଉନସିଲରମାନଙ୍କୁ ପରାମର୍ଶ ଦେଇଥିଲେ। ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଆଠଗଡ଼ ସହରର ୧୮ଟି ୱାର୍ଡରେ ଆରମ୍ଭ ହେବାକୁ ଥିବା ୧୧୭ଟି ପ୍ରକଳ୍ପକୁ ସର୍ବସମ୍ମତିକ୍ରମେ ଅନୁମୋଦନ କରାଯାଇଥିଲା। ଏଥିରେ ସଂପୃକ୍ତ ୱାର୍ଡ ଗୁଡିକରେ ଯେଉଁଠାରେ ରାସ୍ତା ଓ ନାଳ ନାହିଁ ସେଠାରେ କଂକ୍ରିଟ ରାସ୍ତା ନିର୍ମାଣ ସହିତ ନୂତନ ନାଳ ନିର୍ମାଣ ଏବଂ ଭାଙ୍ଗିରୁଜି ଯାଇଥିବା ବା ପୋତି ହୋଇଥିବା ନାଳର ପୁନରୁଦ୍ଧାର ସହିତ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସହରର ୪ଟି ପ୍ରବେଶ ପଥର ରାସ୍ତାରେ ସ୍ୱାଗତ ତୋରଣ ନିର୍ମାଣ ପାଇଁ ଏହି ବୈଠକରେ ଅନୁମୋଦନ କରାଯାଇଥିଲା। ଏଥି ସହିତ ଜାଗାମିଶନ, ପରିମଳ ସାମଗ୍ରୀ କ୍ରୟ, ସହରର ବିଭିନ୍ନ ୱାର୍ଡରେ ଥଣ୍ଡା ପାନୀୟ ଜଳ ମେସିନ ସ୍ଥାପନ, ମୁକ୍ତା ଯୋଜନାରେ ନୂତନ ପ୍ରକଳ୍ପ ଏ ସବୁ ପାଇଁ ଅନଲାଇନ ଟେଣ୍ଡର କରାଯିବା ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories