ପ୍ରମୋଦ କୁମାର ମହାପାତ୍ର ‘ସମାଜ’ର ନୂତନ ସମ୍ପାଦକ

କଟକ: ବରିଷ୍ଠ ସାମ୍ବାଦିକ ଡ. ପ୍ରମୋଦ କୁମାର ମହାପାତ୍ର ମଙ୍ଗଳବାର ‘ସମାଜ’ର ନୂତନ ସମ୍ପାଦକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୭୮ ମସିହାରେ ରେଭେନ୍ସା କଲେଜରୁ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ଡ. ମହାପାତ୍ର ‘ସମାଜ’ରେ ସହ-ସମ୍ପାଦକ ତଥା ତତ୍କାଳୀନ ସମ୍ପାଦକ ଡ. ରାଧାନାଥ ରଥଙ୍କ ବ୍ୟକ୍ତିଗତ ସହକାରୀ ରୂପେ ଯୋଗ ଦେଇଥିଲେ। ୨୦୧୦ରେ ସେ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ଭାବେ ଦାୟିତ୍ବ ତୁଲାଇଥିଲେ।ସମ୍ପାଦକ ଭାବେ ଡ. ମହାପାତ୍ର ଦାୟିତ୍ବ ନେବା ପରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ଦୀପକ ମାଲବ୍ୟ, ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ତଥା ସର୍ବଭାରତୀୟ ସମ୍ପାଦକ ଭୀମସେନ ଯାଦବ, ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ନିରଞ୍ଜନ ରଥ, ଲୋକସେବକ ମଣ୍ଡଳ ଆଜୀବନ ସଦସ୍ୟ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଓ ରାଜେନ୍ଦ୍ର କୁମାର ଜେନା ଏବଂ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

kalyan agarbati

Comments are closed.