www.samajalive.in
Monday, December 15, 2025
17.1 C
Bhubaneswar

ଏଏମସିଏସ ମହାବିଦ୍ୟାଳୟରେ ବିଶ୍ୱ ଯୁବ କୌଶଳ ଦିବସ

ଫୁଲବାଣୀ: ଟିକାବାଲି ଏ.ଏମ. ସି. ଏସ ମହାବିଦ୍ୟାଳୟରେ ବିଶ୍ୱ ଯୁବ କୌଶଳ ଦିବସ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଈଛି। ତମାଖୁ ମୁକ୍ତ କଲେଜ କ୍ୟାମ୍ପସକୁ ନେଇ, ତମାଖୁର କ୍ଷତିକାରୀ ପ୍ରଭାବ କେତେ ଭୟଙ୍କର ଏ ଶୀର୍ଷକକୁ ନେଇ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଶ୍ୱ ଯୁବ କୌଶଳ ଦିବସ ଉପଲକ୍ଷେ ନୃତ୍ୟ, ସଂଗୀତ ଓ ଦୌଡ ପ୍ରତଯୋଗିତା ହୋଇଥିଲା। ଅଧ୍ୟାପକ ଶଙ୍କର ପାଢ଼ୀ, ବିକାଶ ମୁଖି, ଅଧ୍ୟାପିକା ଚମ୍ପା ସୋରେନ, ଶିବାନୀ କଁହର ବିଚାରକ ଥିଲେ। ତପିସା ବେହେରା ସଂଗୀତରେ ପ୍ରଥମ, ସ୍ନେହାରାଣୀ ପଟ୍ଟନାୟକ ନୃତ୍ୟରେ ପ୍ରଥମ, ଅଙ୍କିତା ଅପରାଜିତା ମହାପାତ୍ର ତର୍କରେ ପ୍ରଥମ, ପିନଜ ପ୍ରଧାନ ଓ ରିଚା ପ୍ରଧାନ ଦୌଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିଲେ। ଅଧ୍ୟାପକ ଅମୂଲ୍ୟ ସାବତ, ଗିଦ୍ୟାନ ଦିଗାଲ, ସୁଶାନ୍ତ ଭୋଳ, ଜ୍ଞାନ ରଞ୍ଜନ ଭୋଇ, ଅଧ୍ୟାପିକା ମୀରାମ୍ବିକା ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories