କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ କୁମାର ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଯୋଗ ଦେଇଥିଲେ। କ୍ଳଷ୍ଟର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ସର୍ବ ପ୍ରଥମେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିଥିଲେ। ପ୍ରତିମାସ ତୃତୀୟ ଶନିବାର ଦିନ ବୈଠକ ଅନୁଷ୍ଠିତ ହେବ ଏବଂ ସେହି ବୈଠକରେ ବିଭିନ୍ନ ପ୍ରକାରର ସମସ୍ୟା ଉପରେ ଆଲୋଚନା ହେବ। ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଛାତ୍ରଛାତ୍ରୀଙ୍କ ଗଣପୋଷାକ, ୟୁଡାଇସ, ପିଲାଙ୍କ ଡାଇରୀ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ବିଦ୍ୟାଳୟ ପରିବେଶ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଶିକ୍ଷୟିତ୍ରୀ କୁନି ସାହୁ, ଡାଳିମ୍ବ ମେହେର, ମାଧବୀଲତା ସାହୁ, ସୁଭଦ୍ରା ମେହେର, ଶିକ୍ଷକ ଗୁଣନିଧି ମେହେର, ସୁରୁମଣି ମେହେର, ପୀତାମ୍ବର ଲୁହା, ଦେବ ବଗର୍ତ୍ତୀ, ପାର୍ଥିବ ମହାନନ୍ଦ, ରବୀନ୍ଦ୍ର ରଥ, ରାଜୀବ ଦାସ, ପ୍ରଫୁଲ୍ଲ ମାଝୀ, ବିମଳ ଧରୁଆ ଉପସ୍ଥିତ ଥିଲେ।
Popular Categories



