www.samajalive.in
Friday, December 12, 2025
14.1 C
Bhubaneswar

କୋଣାର୍କ ଏନଏସି ; ଦୋକାନ ଘର ନାଁରେ ଦେହ ଵ୍ୟବସାୟ

କୋଣାର୍କ : ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ କୋଣାର୍କ ପୁଲିସ ଦ୍ବାରା ସିଲ ହୋଇଥିବା ୧୪ ଗୋଟି ଵେଆଇନ ଲଜ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫ଜଣଙ୍କ ମାଲିକାନା ସତ୍ବ ରଦ୍ଦ କରାଯାଇଛି। କୋଣାର୍କ ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଦୋକାନ ଗୃହ ନିର୍ମାଣ କରି ଵ୍ୟବସାୟ କରିବା ନିମନ୍ତେ କୋଣାର୍କ ଏନଏସି ପକ୍ଷରୁ ପ୍ଲଟ ଆବଣ୍ଟନ କରାଯାଇଥିଲା। ମାତ୍ର ଅଧିକାଂଶ ଲୋକ ଦୋକାନ ଗୃହ ନିର୍ମାଣ କରି ସେଠାରେ ବ୍ୟବସାୟ କରିବା ଆଳରେ ଦେହ ବ୍ୟବସାୟ କାର୍ଯ୍ୟ କରିଆସୁଥିଲେ। ଏନେଇ ଗତ ଅକ୍ଟୋବର ମାସ ୧୭ ତାରିଖରେ କୋଣାର୍କ ମାର୍କେଟ ବିଲଡିଂର ଏକ ବନ୍ଦ କୋଠରୀରୁ ଜଣେ ବଙ୍ଗୀୟ ଯୁଵତୀକୁ ଉଦ୍ଧାର କରିବା ପରେ କୋଣାର୍କ ଥାନା ପୁଲିସ ପକ୍ଷରୁ ୧୪ ଗୋଟି ଵେଆଇନ ଲଜକୁ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସିଲ କରାଯାଇଥିଲା। କୋଣାର୍କ ଏନଏସି ପ୍ରଶାସକ ଦାୟିତ୍ବରେ ଥିବା ପୁରୀ ଜିଲା ଅତିରିକ୍ତ ଜିଲ୍ଲାପାଳ ଵିନୟକୁମାର ଦାଶଙ୍କ ନିର୍ଦ୍ଦେଶ କ୍ରମେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ କୋଣାର୍କ ମାର୍କେଟ ବିଲଡିଂର ଧ୍ରୁବ ଚରଣ ଵିଶ୍ବାଳ, ହରିହର ନାୟକ, ରାମଚନ୍ଦ୍ର ପାଢୀ, ଦାମୋଦର ସ୍ବାଇଁ ସମେତ ୫ଜଣଙ୍କ ମାଲିକାନା ସତ୍ଵ ରଦ୍ଦ କରାଯାଇଛି । ଏ ସମ୍ପର୍କରେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସଙ୍କୁ ପଚାରିବାରୁ ସେ କୁହନ୍ତି ଦ୍ଵିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୯ ଗୋଟି ଲଜର ମାଲିକାନା ସତ୍ବ ରଦ୍ଦ କରାଯିବା ସହ ଵିନା ଅନୁମତିରେ ଆଇନ ଉଲଂଘନ କରି ଏକ ମହଲାରୁ ଊର୍ଦ୍ଧ୍ବ ଗୃହ ଵିଶିଷ୍ଟ ମହଲାର ତାଲିକା ପ୍ରସ୍ତୁତ କରାଯିବା ପରେ ସେଗୁଡ଼ିକର ଉଛେଦ ନିମନ୍ତେ ଅଭିଯାନକୁ ଜୋରଦାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories