www.samajalive.in
Friday, December 12, 2025
14.1 C
Bhubaneswar

ହ୍ୱାଇଟ୍‍ ହାଉସରେ ଦୀପ ଜାଳିଲେ ଟ୍ରମ୍ପ

ୱାଶିଂଟନ୍‍ : ହ୍ୱାଇଟ୍‍ ହାଉସ୍‍ ପରିସରରେ ପାଳିତ ହୋଇଛି ଦୀପାବଳି ଉତ୍ସବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଐତିହାସିକ ରୁଜ୍‍ଭେଲ୍ଟ କୋଠରୀରେ ଏହି ଉତ୍ସବ ପାଳନ ହୋଇଥିଲାବେଳେ ଭାରତୀୟ ରାଷ୍ଟ୍ରଦୂତ ନବତେଜ ଶରଣଙ୍କ ସହ ପ୍ରମୁଖ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ପ୍ରଶାସକ ଓ କୂଟନୀତିଜ୍ଞ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଟ୍ରମ୍ପ ଉଦ୍‍ବୋଧନ ଦେଲାବେଳେ ଆଶ୍ଚର୍ଯ୍ୟଜନକ ଭାବେ ‘ହିନ୍ଦୁ’ ଶବ୍ଦ ଛାଡ଼ି ଯାଇଥିଲେ। ବିଶ୍ୱରେ ହିନ୍ଦୁମାନଙ୍କ ଦ୍ୱାରା ଏହି ଉତ୍ସବ ପାଳନ କରାଯାଇଥାଏ ବୋଲି କହିବାକୁ ସେ ଭୁଲିଯାଇଥିଲେ। ଦୀପାବଳୀ ବୌଦ୍ଧ, ଜୈନ, ଶିଖ୍‍ ସମ୍ପ୍ରଦାୟ ଦ୍ୱାରା ପାଳିତ ହୋଇଥାଏ। ପରିବାର ସହିତ ଲକ୍ଷ ଲକ୍ଷ ଜନତା ଏହାକୁ ନବବର୍ଷ ଭାବେ ପାଳନ କରିଥାଆନ୍ତି ବୋଲି ସେ କହିଥିଲେ। ଟ୍ରମ୍ପଙ୍କ ଏହି ବକ୍ତବ୍ୟ ତାଙ୍କ ଟ୍ୱିଟର ପୃଷ୍ଠା ସହିତ ୟୁ ଟ୍ୟୁବ୍‍ରେ ପ୍ରସାରିତ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଇଛି। ଦୀପାବଳି ହିନ୍ଦୁଙ୍କର ପ୍ରମୁଖ ପର୍ବ ହୋଇଥିଲାବେଳେ ଟ୍ରମ୍ପ ହିନ୍ଦୁଙ୍କୁ ଛାଡ଼ିଯିବା ଭୁଲ୍‍ ବୋଲି ଅନେକ ମତ ଦେଇଛନ୍ତି। ଇଲେକଟ୍ରୋନିକ୍‍ ଗଣମାଧ୍ୟମ ‘ସିଏନ୍‍ଏନ୍‍’ ଓ ପ୍ରସିଦ୍ଧ ‘ଟାଇମ୍‍’ ପତ୍ରିକା ମଧ୍ୟ ଏ ନେଇ ଟ୍ରମ୍ପଙ୍କୁ ସମାଲେଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଟ୍ରମ୍ପ ତାଙ୍କ ଟ୍ୱିଟର ପୃଷ୍ଠାରେ ସଂଶୋଧନ କରିବା ସହ ‘ପ୍ରମୁଖ ହିନ୍ଦୁ ପର୍ବ ଦୀପାବଳି ଉତ୍ସବରେ ଯୋଗଦେଇ ମୁଁ ନିଜକୁ ଧନ୍ୟ ମନେକରୁଛି’ ବୋଲି ତୃତୀୟ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories