www.samajalive.in
Monday, December 15, 2025
14.1 C
Bhubaneswar

ଅଧପନ୍ତରିଆ ପଡ଼ିରହିଛି ବ୍ଲକ ଅଫିସ୍‌‌ ସମ୍ମୁଖ ଡ୍ରେନକାର୍ଯ୍ୟ, ତେଜୁଛି ଅସନ୍ତୋଷ

ହରଭଙ୍ଗା: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ନିର୍ମାଣାଧିନ ଡ୍ରେନକାର୍ଯ୍ୟ ଅଧପନ୍ତରିଆ ଭାବେ ପଡରହିଥିବା ଦେଖିବାକୁ ମିଳିଛି। ଖୋଦ୍‌‌ ବ୍ଲକ ସଦର ମହକୁମାରେ ଡ୍ରେନ ନିର୍ମାଣ କାର୍ଯ୍ୟରେ ମନ୍ଥରତା ସାଧାରଣରେ ଅସନ୍ତୋଷର କାରଣ ପାଲଟିଛି।

ପ୍ରକାଶ ଯେ, ଚାରିଛକସ୍ଥିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ବର୍ଷାଦିନେ କୁଢ କୁଢ ଆବର୍ଜ୍ଜନା ପାଣି ଜମିରହିବା ସହିତ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିଲା। ଏହାକୁ ଦୃଷ୍ଟିରେ ରଖି ବ୍ଲକ ସମ୍ମୁଖରେ ଡ୍ରେନେଜ ନିର୍ମାଣ କରିବା ପାଇଁ ବିଭିନ୍ନ ଦୋକାନଗୁଡ଼ିକ ଉଛେଦ କରାଯାଇଥିଲା। ଉଛେଦ ପରେ ଗତ କିଛିଦିନ ତଳେ ଡ୍ରେନେଜ ଖୋଳା କାର୍ଯ୍ୟ କରାଯାଇ ତଳ ଢଳେଇ କାମ ସମ୍ପାଦନ ପରେ ନିର୍ମାଣ କାର୍ଯ୍ୟ ସେତିକିରେ ଅଟକି ରହିଥିବା ଦେଖିବାକୁ ମିଳିଛି। ନିର୍ମାଣକାରୀ ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ସାଧାରଣ ଡ୍ରେନ କାର୍ଯ୍ୟ ସରିପାରୁ ନ ଥିବାରୁ ଲୋକଙ୍କ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି। ତୁରନ୍ତ ନିର୍ମାଣକାର୍ଯ୍ୟ ସାରିବାକୁ ବଜାରବାସୀ ଦାବୀ କରିଛନ୍ତି। ଏ ସମ୍ପର୍କରେ ଜାତୀୟ ରାଜପଥ ବିଭାଗ ଯନ୍ତ୍ରୀ ଚିତରଞ୍ଜନ ମହନ୍ତଙ୍କୁ ପଚାରିବାରୁ ସେ କହିଲେ ଏହାର ନିର୍ମାଣ କାର୍ଯ୍ୟ ଏଆରଏସଏସ କରୁଛି। ନିର୍ମାଣକାର୍ଯ୍ୟ ତୁରନ୍ତ ସାରିବାକୁ ତାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories