www.samajalive.in
Monday, December 15, 2025
16.1 C
Bhubaneswar

ପିପିଲି ତହସିଲର ଦୁରାବସ୍ଥା : କାର୍ଯ୍ୟାଳୟରେ ଗଦା ହୋଇଛି ପୁରୁଣା ଫାଇଲ ଓ ଅଚଳ ଯନ୍ତ୍ରାଂଶ

ପିପିଲି :ପୁରୀ ଜିଲାର ସବୁଠାରୁ ବ୍ୟସ୍ତବହୁଳ ତହସିଲ ଭାବେ ପରିଚିତ ପିପିଲି ତହସିଲର ଦୁରାବସ୍ଥାକୁ ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ। ଏହି କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗରେ ଗଦା ଗଦା ପୁରୁଣା ଫାଇଲ ସବୁ ଜାଗା ମାଡି ବସିଥିବା ବେଳେ ପୁରୁଣା ଆଲମିରା ସମେତ ଭଙ୍ଗା ଓ ଅଚଳ ଯନ୍ତ୍ରାଂଶ ସମେତ ଅବ୍ୟବହୃତ ଆସବାବପତ୍ର ଗଦା ହୋଇଛି । ଏଠାରେ କର୍ମଚାରୀଙ୍କ ପାଇଁ ବସିବାକୁ ପର୍ଯ୍ୟାପ୍ତ ସ୍ଥାନ ନଥିବା ବେଳେ ସାଧାରଣଲୋକଙ୍କ ପାଇଁ ଚାଲିବାକୁ ଯାଗା ନାହିଁ । ଏହାର ପୁନରୁର୍ଦ୍ଧାର ଓ ରୂପାନ୍ତରିକରଣ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

ପୁରୀ ଜିଲାର ପୁରାତନ ଓ ବ୍ୟସ୍ତବହୁଳ ତହସିଲ ଭାବେ ପରିଗଣିତ ହେଉଥିବା ପିପିଲି ତହସିଲର ଦୁରାବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ସ୍ଥାନ ଅଭାବରୁ ଏହି କାର୍ଯ୍ୟାଳୟର ପୁରୁଣା ବୈଠକ ଘରେ ଏବେ ଦାଖଲ ଖାରଜ, ଓଏଲ୍‌‌ଆର୍‌‌ ଓ ସାର୍ଟିଫିକେଟ୍‌‌ ପାଇଁ ଉଦ୍ଦିଷ୍ଟ ଉପବିଭାଗ ଚାଲିଛି । ଷ୍ଟୋର ରୁମ୍‌‌ ନଥିବାରୁ ଏଠାରେ ଦୀର୍ଘ ୨୨ବର୍ଷର ପୁରୁଣା ଫାଇଲ ସବୁ ଗଦା ହୋଇ ପଡିରହିଛି । ପୁରୁଣା ଲୁହା ଓ କାଠ ଆଲମିରା, ଥାକ, ଭଙ୍ଗା ଓ ଅଚଳ ଯନ୍ତ୍ରାଂଶ, ଭଙ୍ଗା ଚୌକି ସମେତ ବିଭିନ୍ନ ଅବ୍ୟବହୃତ ସାମଗ୍ରୀ ଏହି ଉପବିଭାଗରେ ଯାଗା ମାଡି ବସିଛି । ଲକ୍ଷାଧିକ ସଂଖ୍ୟାରେ ପୁରୁଣା ଫାଇଲ୍‌‌ ସବୁ ଏଣେତେଣେ ଗଦା ହୋଇ ରହିବା କାରଣରୁ ସେଠାରେ ଚାଲିବାକୁ ମଧ୍ୟ ଯାଗା ନାହିଁ। ଏହି ବିଭାଗ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବସିବା ପାଇଁ ଆବଶ୍ୟକ ସ୍ଥାନର ଅଭାବ ରହିଛି । ପୁରୁଣା ଫାଇଲ୍‌‌ ଓ ଉପରୋକ୍ତ ସାମଗ୍ରୀ ଗଦା ହେବା କାରଣରୁ ଉକ୍ତ କୋଠରୀ ଧୂଳିରେ ପରିପୂର୍ଣ୍ଣ ହୋଇଛି। କୋଠରୀରୁ କିଛିଦିନ ତଳେ ଏକ ବିଷାକ୍ତ ନାଗସାପ ବାହାରି ଥିବା ବେଳେ ସାପକୁ ଦେଖି କର୍ମଚାରୀଙ୍କ ସମେତ ସେଠାରେ ଉପସ୍ଥିତ ସାଧାରଣଲୋକେ ଭୟଭୀତ ହୋଇପଡିଥିଲେ। ସାପଟି କୋଠରୀ ମଧ୍ୟରେ ଥିବା ଫାଇଲ ଗଦା ମଧ୍ୟରେ ରହିଥିବାର ଅନୁମାନ କରି ସେହିଦିନ ଠାରୁ ଉକ୍ତ କୋଠରୀରେ ବିଷାକ୍ତ ଦାନାଦାର ପକାଯାଉଛି । ଏଥିସହ ପୁରୁଣା ଫାଇଲ ଗଦା ହୋଇଥିବା ଏହି କାର୍ଯ୍ୟାଳୟର ସାଧାରଣ ଉପବିଭାଗ ସମେତ ଅନ୍ୟାନ୍ୟ ଉପବିଭାଗରେ ମଧ୍ୟ ଦାନାଦାର ପକାଯାଉଥିବା ସୂଚନା ମିଳିଛି । ସ୍ଥାନ ଅଭାବରୁ ତହସିଲର ସମସ୍ତ ବିଭାଗରେ ଶହ ଶହ ସଂଖ୍ୟାରେ ବେଙ୍ଗ, ଝିଟିପିଟି, ଅସରପାଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏଠାରେ କାର୍ଯ୍ୟରତ କେତେକ କର୍ମଚାରୀ ଧୂଳି ଯୋଗୁଁ ବାରମ୍ବାର ଥଣ୍ଡା ଆଲର୍ଜି ଭଳି ରୋଗର ଶିକାର ହେଉଥିବା ସୂଚନା ମିଳିଛି। ଏକ ଅପରିଷ୍କାର ପରିବେଶ ମଧ୍ୟରେ ଏହି ତହସିଲର କାର୍ଯ୍ୟ ଚାଲୁଥିବା ବେଳେ ଏଥିଯୋଗୁଁ ବିଭାଗୀୟ କର୍ମଚାରୀଙ୍କ ସମେତ ସାଧାରଣଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

- Advertisement -

ଏହି ତହସିଲ କାର୍ଯ୍ୟାଳୟ ମଧ୍ୟରେ ଥିବା ବିଭିନ୍ନ କାର୍ଯ୍ୟାଳୟକୁ ଯିବାକୁ ପର୍ଯ୍ୟାପ୍ତ ସ୍ଥାନ ମଧ୍ୟ ନାହିଁ । ବିଭିନ୍ନ କାର୍ଯ୍ୟରେ ଏଠାକୁ ଦୈନିକ ୫ଶହରୁ ଅଧିକ ଲୋକେ ଆସୁଥିବା ବେଳେ ସେମାନଙ୍କ ପାଇଁ ପ୍ରତୀକ୍ଷାଳୟ, ପରିସ୍ରାଗାର ଆଦି ନଥିବା ସୂଚନା ମିଳିଛି । ଗାଡି ରଖିବା ପାଇଁ ସ୍ଥାନ ନଥିବାରୁ ଲୋକେ ତହସିଲର ମୁଖ୍ୟଦ୍ୱାର ସମ୍ମୁଖରେ ସେମାନଙ୍କ ଗାଡି ରଖିଥିବା ପରିଲକ୍ଷିତ ହୋଇଛି । ଏହି ତହସିଲରେ ସମ୍ମିଳନୀ କକ୍ଷ ସମେତ ଆବଶ୍ୟକ ପରିସ୍ରାଗାର ନଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାର ୫-ଟି ରେ ଏହି ତହସିଲର ରୂପାନ୍ତରିକରଣ କରିବାକୁ ସାଧାରଣରେ ଦାବି କରାଯାଇଛି। ତେବେ ଏ ସଂପର୍କରେ ପିପିଲି ତହସିଲଦାର ପୁନମ ମହାପାତ୍ରଙ୍କୁ ପଚାରିବାରେ ସେ କହିଥିଲେ ଯେ, ଏହି କାର୍ଯ୍ୟାଳୟର ପୁନରୁର୍ଦ୍ଧାର ଓ ରୂପାନ୍ତରିକରଣ ପାଇଁ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ପତ୍ର ଲେଖାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories