www.samajalive.in
Thursday, December 11, 2025
27.1 C
Bhubaneswar

‘ସମାଜ’ ପକ୍ଷରୁ ବିଜେଏସ୍ ହାଇସ୍କୁଲରେ ଚାରା ରୋପଣ

ଝୁମ୍ପୁରା : ‘ସମାଜ’ ଖବର କାଗଜର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ ତମ ଶ୍ରାଦ୍ଧୋତ୍ସବ ପରିପେକ୍ଷୀରେ ରାଜ୍ୟବ୍ୟାପୀ ଚାରା ରୋପଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଝୁମ୍ପୁରା ବ୍ଲକ ଅସନପାଟ ସ୍ଥିତ ବିଜେଏସ୍ ହାଇସ୍କୁଲ ପରିସରରେ ଶୁକ୍ରବାର ଦିନ ଉଚ୍ଚ ବିଦ୍ୟାଳୟ ଓ ଦୈନିକ ‘ସମାଜ’ର ମିଳିତ ଉଦ୍ୟମରେ ଚାରା ରୋପଣ ଅନୁଷ୍ଠିତ ହୋଇଯାଇଛି । ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ୩୦ରୁ ଅଧିକ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା । ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଝୁମ୍ପୁରା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ନାଏକ ମୁଖ୍ୟଅତିଥି ଭାବେ ଯୋଗଦାନ କରି ନିଜେ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଝୁମ୍ପୁରା ବ୍ଲକ ‘ସମାଜ’ ପ୍ରତିନିଧି ହରିଶ୍ଚନ୍ଦ୍ର ମହାନ୍ତ, ପ୍ରଧାନ ଶିକ୍ଷକ ନବଘନ ନାଏକ, ସହକାରୀ ଶିକ୍ଷକ ବିଶ୍ୱରଞ୍ଜନ ଭୂତିଆ, ସୁମନ୍ତ କୁମାର ନାଏକ, ଶାରୀରିକ ଶିକ୍ଷକ ଲକ୍ଷ୍ମଣ କୁମାର ମହାନ୍ତ, ସଂସ୍କୃତ ଶିକ୍ଷୟତ୍ରୀ ପ୍ରମିଳା ନାଏକ, ସୁମନ୍ତ କୁମାର ନାଏକ, ସମାଜିକ କର୍ମୀ ଗଜେନ୍ଦ୍ର ମାଝୀ, ଜେଠୁରାମ ମହାକୁଡ ପ୍ରମୁଖ ଯୋଗଦାନ କରି ଚାରା ରୋପଣ କରିଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ନବଘନ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ମାନେ ଚାରା ରୋପଣର କିପରି ଆବଶ୍ୟକତା ରହିଛି ତା’ ସହିତ ଚାରା ରୋପଣ କରିବା ପରେ ତା’ର ରକ୍ଷଣା ବେକ୍ଷଣ କରିବା ସହିତ ଗ୍ରାମାଚଳ ଠାରୁ ଆରମ୍ଭ କରି ସହରାଚଳ ପର୍ଯ୍ୟନ୍ତ ଗଛ ଲଗାଇବା ପ୍ରତି ବ୍ୟାପକ ଜନସଚେତନା ସୃଷ୍ଟି କରିବା ଉପରେ ଆଲୋକପାତ କରିଥିଲେ। ପ୍ରତି ବ୍ୟକ୍ତି ବର୍ତ୍ତମାନ ନିଜର ଜନ୍ମ ଦିନକୁ ଅତି ଧୁମଧାମରେ ପାଳନ କରୁଛନ୍ତି ସେହି ପରି ପ୍ରତି ବ୍ୟକ୍ତି ପ୍ରତି ବର୍ଷ ଅନ୍ତତ ପକ୍ଷେ ଦୁଇଟି ଗଛ ଲଗାଇବା ସହିତ ତାର ସେବା ଯତ୍ନ ନେବା ଦିଗରେ ଗୁରୁତ୍ୱ ଦେବା ସହିତ ପରିବେଷ ସୁରକ୍ଷା ପ୍ରତି ପ୍ରତିଟି ନାଗରିକ ସଚେତନା ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ । ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ପ୍ରତି ବର୍ଷ ମୂଲ୍ୟବାନ ଆଳଙ୍କରିକ ଗଛ ଲଗାଇ ଛାତ୍ରଛାତ୍ରୀ ମାନେ ଯେତିକି ଆଗ୍ରହ ରଖୁଛନ୍ତି ସେହିପରି ରାସ୍ତା କଡରେ ଗଛ ଲଗାଇ ତାର ସେବା ଯତ୍ନ ନେବା ଦିଗରେ ଜନସାଧାରଣରେ ବ୍ୟାପକ ଜନସଚେତନା ସୃଷ୍ଠି କରିବା ଦିଗରେ ଛାତ୍ର ଛାତ୍ରୀ ମାନେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଏହି ଚାରା ରୋପଣ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories