www.samajalive.in
Monday, December 15, 2025
17.1 C
Bhubaneswar

ଆସୁଛି ଏହି ଛୋଟ ଇଲେକ୍ଟ୍ରିକ କାର – ରହିଛି ଅନେକ ବିଶେଷତ୍ତ୍ୱ

ନୂଆଦିଲ୍ଲୀ – ସାରା ବିଶ୍ୱରେ ଏବେ ଇଲେକ୍ଟ୍ରିକ କାରର ଚାହିଦା ବୃଦ୍ଧି ପାଇଛି । ଅନେକ ଅଟୋମୋବାଇଲ୍‌ କମ୍ପାନୀ ନିଜର ଇଲେକ୍ଟ୍ରିକ୍‌ କାର୍‌ ଲଞ୍ଚ୍‌ କରିଛନ୍ତି । ଭାରତରେ ମଧ୍ୟ ଇଲେକ୍ଟ୍ରିକ୍‌ କାର୍‌ର ଚାହିଦା ବୃଦ୍ଧି ପାଇଛି । ଏମ୍‌ଜି କମେଟ୍‌ ଇଲେକ୍ଟ୍ରିକ୍‌ କାର୍‌ ଲଞ୍ଚ୍‌ କରିଥିବା ବେଳେ ଟାଟା ଟିୟାଗୋ ଏବଂ ନେକ୍ସନ ଲଞ୍ଚ୍‌ କରିଛି । ଏବେ ଆଉ ଏକ ଛୋଟ ଇଲେକ୍ଟ୍ରିକ୍‌ କାର୍‌ ଭାରତର ବଜାରରେ ପ୍ରବେଶ କରିବା ପାଇଁ ଯାଉଛି । ଫ୍ରାନ୍ସର ଅଟୋମୋବାଇଲ୍‌ କମ୍ପାନୀ ଲିଗର୍‌ ଭାରତରେ ନୂଆ ଇଲେକ୍ଟ୍ରିକ୍‌ କାର୍‌ ଲଞ୍ଚ୍‌ କରିବ ।

ୟୁରୋପୀୟ ବଜାରରରେ ଏହି ଇଲେକ୍ଟ୍ରିକ୍‌ କର ବେଶ ଲୋକପ୍ରିୟତା ହାସଲ କରିଛି । ଏହା କାରର ନାମ ମାଇଲି । ଭାରତୀୟ ରାସ୍ତାରେ ଏହାର ପରୀକ୍ଷଣ କରାଯାଉଛି । ଖୁବ ଶୀଘ୍ର ଭାରତରେ ଏହାକୁ ଲଞ୍ଚ୍‌ କରାଯିବ ବୋଲି ସୂଚନା ମିଳିଛି । ଏହାର ୪ଟି ଭାରିଆଣ୍ଟ୍‌ ମିଳିବ । ମୋଟ୍‌ ଲମ୍ବା ୨୯୬୦ ମିମି ଥିବା ବେଳେ ଏହା୪.୧୪ କିଲୋଓ୍ୱାଟ ୮.୨୯ କିଲୋଓ୍ୱାଟ,୧୨.୪୨ କିଲୋଓ୍ୱାଟ ବ୍ୟାଟେରୀ ପ୍ୟାକ ସହ ମିଳିବ ।

- Advertisement -

ଯଥାକ୍ରମେ ଏହା ୬୩,୧୨୩ ଏବଂ ୧୯୨ କିଲୋମିଟର ଯାତ୍ରା କରିପାରିବ । ଏଥିରେ ଏଲ୍ଇଡି ଡିସ୍‌ପ୍ଲେ ସହ ଏଣ୍ଟରଟେନମେଣ୍ଟ, ଲେନ୍‌ କଣ୍ଟ୍ରୋଲ , ଏୟାର ବ୍ୟାଗ ଅନ୍ୟ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ।

୫ ଲକ୍ଷଟଙ୍କାରୁ କମ୍‌ରେ ଏହାକୁ ଲଞ୍ଚ୍‌ କରାଯାଇପାରେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories