www.samajalive.in
Monday, December 15, 2025
17.1 C
Bhubaneswar

ମା’ ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡ

ଅନୁଗୋଳ : ଗୁରୁବାର ଦିନ ଅତିରିକ୍ତ ଜିଲା ଏବଂ ସେସନ୍ସ ଜଜ ତଥା ସ୍ୱତନ୍ତ୍ର ଜଜ ଭିଜିଲାନ୍ସ ଜଣେ ମା’ ହତ୍ୟାକାରୀ ପୁଅକୁ ଆଜୀବନସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ ଗତ ୬/୫/୨୦୨୧ ଦିନ ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନିଶା ଗାଁର ଚନ୍ଦ୍ରମଣି ପୃଷ୍ଟି ନିଜ ମା’ ପ୍ରମୋଦିନୀ ପୃଷ୍ଟିଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ପ୍ରମୋଦିନ ଟଙ୍କା ଦେବାକୁ ମନା କରିଦିଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଚନ୍ଦ୍ରମଣି ନିଜ ମା’ କୁ ପ୍ରଥମେ ଏକ ଧକା ମାରିଥିଲେ। ଫଳରେ ପ୍ରମୋଦିନ ତଳେ ପଡିଯାଇଥିଲେ। ତାପରେ ଚନ୍ଦ୍ରମଣି ଅତି ନୃଶଂସ ଭାବେ ନିଜ ମା’କୁ ବିଧା, ଗୋଇଠା ମାରିବା ସହ ବାଡ଼ିରେ ତାଙ୍କ ମୁଣ୍ଡକୁ ଖୁବ ଜୋରରେ ବାଡେଇଥିଲେ। ଫଳରେ ପ୍ରମୋଦିନୀ ଗୁରୁତର ଆହତ ହେବାସହ ତାଙ୍କ ମୁଣ୍ଡ ଓ କାନରୁ ପ୍ରବଳ ରକ୍ତଶ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଅନୁଗୁଳ ଡାକ୍ତର ଖାନାକୁ ଆଣିଥିଲେ। ସେଠାରୁ ପୁଣି ତାଙ୍କୁ କଟକ ସ୍ଥାନାନ୍ତର କରିଦିଆଯାଇଥିଲା। କିନ୍ତୁ ସେଠାରେ ପ୍ରମୋଦିନୀଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ଚନ୍ଦ୍ରମଣିଙ୍କ ସ୍ତ୍ରୀ ଉପମା ପୃଷ୍ଟି ଏନେଇ ନିଶା ଥାନାରେ ଲିଖିତ ଏତେଲା ଦେବାପରେ ପୁଲିସ ଏକ ମାମଲା ରୁଜୁ କରି ହତ୍ୟାକାରୀ ଚନ୍ଦ୍ରମଣିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

- Advertisement -

ସେହିଦିନ ଠାରୁ ଚନ୍ଦ୍ରମଣି ବିଚାରାଧୀନ କଏଦୀ ଭାବେ ସଜା କାଟୁଥିଲା. କିନ୍ତୁ ଗୁରୁବାର ଅତିରିକ୍ତ ଜିଲା ଏବଂ ଶେଷନ୍ସ ଜଜ ତଥା ସ୍ୱତନ୍ତ୍ର ଜଜ ଭିଜିଲାନ୍ସ ଅନୁପ ରଞ୍ଜନ ପଟ୍ଟନାୟକ ଏହି ମାମଲାର ଶୁଣାଣି କରି ୧୭ଜଣ ସାକ୍ଷୀ ପ୍ରମାଣକୁ ଆଧାରରେ ହତ୍ୟାକାରୀ ଚନ୍ଦ୍ରମଣି ପୃଷ୍ଟିକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories