www.samajalive.in
Sunday, December 14, 2025
23.1 C
Bhubaneswar

 ବ୍ଲକ କାର୍ଯ୍ୟାଳୟ ପରିସରରେ ୧୫୯ ଜଣଙ୍କୁ ଭତ୍ତା ବଣ୍ଟନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା ଏହି ଅବସରରେ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉପାଧ୍ୟକ୍ଷ ଅନନ୍ତ ମେହେର ଓ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଗୀରିନ୍ଦ୍ର ସାହୁ ମଞ୍ଚାସିନ ଥିଲେ । ଶ୍ରୀ ସାହୁ ମଞ୍ଚ ପରିଚାଳନାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା ।ବ୍ଲକ ର ୨୪ ଟି ପଞ୍ଚାୟତ ରୁ ୧୫୯ ଜଣ ହିତାଧିକାରୀ ଭତ୍ତା ଗ୍ରହଣ କରିଥିଲେ ।ବର୍ତ୍ତମାନ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବୃଢ଼ ବୃଦ୍ଧା ମାନଙ୍କ ପାଖକୁ ଯାଇ ଭତ୍ତା ପ୍ରଦାନ କରିବାର ଆଇନ ପ୍ରଣୟନ କରିଛନ୍ତି। ତେଣୁ ସେମାନଙ୍କ ପାଖକୁ ଯାଇ ଭତ୍ତା ଦିଆଯାଉଛି । ୧୫୯ ଜଣ ହିତାଧିକାରୀ ମାନଙ୍କ ମଧ୍ୟରୁ ୪୫ ଜଣ ବିକଳାଙ୍ଗ, ୬୭ ଜଣ ବିଧବା,୪୧ ଜଣ ବାର୍ଦ୍ଧକ୍ୟ ଓ ୬ ଜଣ ଅବିବାହିତା ରହିଥିଲେ । ଏମାନଙ୍କ ମଧ୍ୟରୁ ୨୩୨ ଜଣ ଙ୍କୁ ୫୦୦ ଟଙ୍କା ଲେଖାଏ ଓ ୨୭ ଜଣଙ୍କୁ ୭୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଇଥିଲା । ଏଥିରେ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,ଅଧିକାରୀ ଉପସ୍ଥିତ ରହିଥିଲେ ।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories