ପୂଜ୍ୟ ପ୍ରଣାମ – ଦାଶିଆ ଅଜା
ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥି ପଟ୍ଟନାୟକ ୧୯୦୭ ଜୁଲାଇ ୧୨ରେ ଜନ୍ମଗ୍ରହଣ କରିଥିଲେ। ସବୁଠି ଦାଶିଆ ଅଜା ଭାବେ ପରିଚିତ ଦାଶରଥି ପଟ୍ଟନାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲା ମାତ୍ର ପଞ୍ଚମ ଶ୍ରେଣୀ। ଦାଶିଆ ଅଜାଙ୍କ ପଢ଼ା ନିଶାରୁ ଆରମ୍ଭ ହୋଇଥିଲା ଓଡ଼ିଶା ଯାତ୍ରା। ତାଙ୍କର ବହି ସଂଗ୍ରହ ସମୟକ୍ରମେ ଏକ ପାଠାଗାର ଆନ୍ଦୋଳନର ରୂପ ନେଇଥିଲା। ମୁଣ୍ଡରେ ଠେକା ଭିଡ଼ି ଓ କାନ୍ଧରେ ଝୁଲା ମୁଣା ଧରି ସମଗ୍ର ଓଡ଼ିଶା ବୁଲି ବହି ସଂଗ୍ରହ କରୁଥିଲେ। ସେ ଥିଲେ ଜ୍ଞାନର ଭିକ୍ଷୁକ। ଗ୍ରାମୀଣ ପରିବେଶରେ ଥାଇ ମଧ୍ୟ ସେ ଉତ୍କଳୀୟ ସାଂସ୍କୃତିକ ଚେତନା ଜାଗରଣର ସ୍ବପ୍ନ ଦେଖିଥିଲେ।ହାତ ପାତି ସମସ୍ତଙ୍କୁ ପୋଥି, ପୁସ୍ତକ, ବିଭିନ୍ନ ପୁରାତନ ସଂସ୍କୃତିର ସନ୍ତକ ଓ ଦଶ ପଇସା ଭିକ୍ଷା କରୁଥିବା ଦାଶିଆ ଅଜା ପ୍ରତିଦିନ ଶହେରୁ ଅଧିକ ପୋଷ୍ଟକାର୍ଡ଼ ଲେଖି ବିଭିନ୍ନ କବି ଲେଖକମାନଙ୍କୁ ପଠାଉଥିଲେ। ଓଡ଼ିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କ ସାଧନାର ଯଥେଷ୍ଟ ଭୂମିକା ରହିଛି। ସାରସ୍ବତ ସାଧକ ‘ଦଶ ପଇସାର ରଜା ଦାଶିଆ ଅଜା’ ୧୯୯୭ ସେପ୍ଟେମ୍ବର ୧୨ରେ ଆଖି ବୁଜିଥିଲେ।
Comments are closed.