www.samajalive.in
Monday, December 15, 2025
17.1 C
Bhubaneswar

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ପାତ୍ରପୁର: ଜରଡ଼ା ଥାନା ପଦଦିଗି ପଞ୍ଚାୟତ କେଲୁହା ଗ୍ରାମରେ ମଙ୍ଗଳବାର ଜଣେ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ଯତୀଶ ପ୍ରଧାନଙ୍କ ସ୍ତ୍ରୀ ଭବାନୀ ପ୍ରଧାନ (୩୦)। ମିଳିଥିବା ସୂଚନା ଅନୁଯାୟୀ ଭବାନୀଙ୍କ ହଠାତ୍ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରୁନଥିବା ବେଳେ ଜରଡ଼ା ଥାନାକୁ ଖବର ଦେଇଥିଲେ। ତେବେ ଭବନୀଙ୍କ ସ୍ବାମୀ ଘର ଲୋକଙ୍କ କହିବାନୁସାରେ ଭବାନୀ ଓ ତାଙ୍କ ଦେଢ଼ ବର୍ଷର ଛୁଆ ସହ ଘରେ ଏକା ଥିଲେ। ପରିବାର ଲୋକେ ଘରକୁ ଫେରିଲା ବେଳେ ଭବାନୀ ସୋଇଥିବା ଦେଖିବାକୁ ପାଇଲେ। ତାଙ୍କୁ ଉଠାଇବା ପାଇଁ ଚେଷ୍ଠା କରିଥିବା ବେଳେ ସେ ଉଠି ନଥିଲେ। ପରିବାର ଲୋକେ ଭବାନୀଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଭବାନୀଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories