www.samajalive.in
Sunday, December 14, 2025
17.1 C
Bhubaneswar

ସୁଦର୍ଶନ ପ୍ରଧାନଙ୍କ ବିୟୋଗରେ ପିପିଲିରେ ଶୋକ

ପିପିଲି: ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନଙ୍କ ଏକ ସଡକ ଦୁର୍ଘଟଣାରେ ପରଲୋକ ଘଟିଛି। ମଙ୍ଗଳବାର ସକାଳେ ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ସେ ପିପିଲିକୁ ବାଇକ ଯୋଗେ ଆସୁଥିବା ବେଳେ ଶିଶୁ ଭବନ ଛକ ଠାରେ ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ। ମୁର୍ମୁଷ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍‌‌ପିଟାଲକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଅବିବାହିତ ଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର, ଫରୱାର୍ଡ ବ୍ଳକର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କ୍ୟାପିଟାଲ ହସ୍‌‌ପିଟାଲରେ ପହଞ୍ଚି ମୃତଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ତାଙ୍କ ମୃତଦେହକୁ ଏକ ଶୋଭାଯାତ୍ରାରେ ପିପିଲି ନିକଟବର୍ତ୍ତୀ ଅରିଶଲ ପଞ୍ଚାୟତ ଅନ୍ତର୍ଗତ ସୁନାମୁଇଁ ଗ୍ରାମ ସ୍ଥିତ ବାସଭବନକୁ ଅଣାଯିବା ବେଳେ ବିଭିନ୍ନ ସ୍ଥାନରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଅପରାହ୍ନରେ ଏକ ଶୋକାକୂଳ ପରିବେଶ ମଧ୍ୟରେ ସୁନାମୁଇଁ ସ୍ଥିତ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ସ୍ୱର୍ଗତ ପ୍ରଧାନଙ୍କର ପିଲାଟିବେଳୁ ସମାଜସେବା ଓ ସାହିତ୍ୟ ପ୍ରତି ଗଭିର ରୁଚି ଥିଲା। ଏକାଧାରାରେ ଜଣେ ସୁସାହିତ୍ୟିକ, ବିପ୍ଳବୀ କବି, ସୁସଂଗଠକ, ରାଜନିତିଜ୍ଞ, ସମାଜ ସଂସ୍କାରକ, ପରୋପକାରୀ, ମ୍ରିଭାଷି, ସ୍ନେହୀ ଓ ମେଳାପି ମଣିଷ ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସାମ୍ୟବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଛାତ୍ର ବୟସରୁ ସେ ଏସ୍‌‌ୟୁସିଆଇ ସଂଗଠନରେ ସାମିଲ ହୋଇଥିଲେ ଓ ପରେ ଏନ୍‌‌ସିପି ରେ ଯୋଗ ଦେଇଥିଲେ। ଏବଂ ଶେଷରେ ସମାଜବାଦୀ ପାର୍ଟିରେ ଯୋଗଦେଇ ରାଜ୍ୟ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ତୁଳାଇଥିଲେ। ସେ ଦୁଇଥର ପିପିଲିରୁ ବିଧାନସଭା ନିର୍ବାଚନ ଲଢିଥିଲେ। ଚେତନା ଓଡ଼ିଶା ସାହିତ୍ୟ ସଂଗଠନର ସେ ଥିଲେ ରାଜ୍ୟ ସଭାପତି। ରାଜ୍ୟରେ ନିଶା ବିରୋଧି ଆନ୍ଦୋଳନରେ ସେ ଜଣେ ଆଗଧାଡିର ନେତା ଥିଲେ। ଜଣେ ପ୍ରଚଣ୍ଡ ବାଗ୍ମୀ ଭାବେ ପରିଚିତ ସ୍ୱର୍ଗତ ପ୍ରଧାନଙ୍କ ଅଭିଭାଷଣ ବିଭିନ୍ନ ସଭାସମିତିରେ ସମସ୍ତଙ୍କୁ ଅଭିଭୁତ କରୁଥିଲା। ଭଲି ଓ କବାଡିର ରେଫରି ଭାବେ ସେ ବେଶ୍‌‌ ସୁନାମ ଅର୍ଜ୍ଜନ କରିଥିଲେ। ତାଙ୍କ ପରଲୋକରେ ସମଗ୍ର ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories