www.samajalive.in
Tuesday, December 9, 2025
15.1 C
Bhubaneswar

ପୁଣି ଦେଶଭକ୍ତି ଜାଗ୍ରତ କରିବ ଅକ୍ଷୟଙ୍କ ‘ମିଶନ ମଙ୍ଗଲ୍‍’

ନୂଆଦିଲ୍ଲୀ : କିଛିଦିନ ହେବ ଅକ୍ଷୟ କୁମାର ଚଳଚ୍ଚିତ୍ର ମାଧ୍ୟମରେ ଲୋକମାନଙ୍କ ମନରେ ଦେଶାତ୍ମକ ଭାବ ଜାଗ୍ରତ କରିବାକୁ ଉଦ୍ୟମ କରୁଛନ୍ତି ଓ ଏଥିରେ ବେଶ୍ ସଫଳ ହେଉଛନ୍ତି।  ଟୟଲେଟ୍‍ ଏକ ପ୍ରେମ୍‍ କଥା, ରୁସ୍ତମ, ଗୋଲ୍ଡ ଭଳି ଚଳଚ୍ଚିତ୍ର ଏହାର ଜ୍ଵଳନ୍ତ ଉଦାହରଣ। ପୁନର୍ବାର ସେହି ଦେଶଭକ୍ତି ଭାବକୁ ଦର୍ଶାଇବା ପାଇଁ ଅକ୍ଷୟ ଏକ ଚଳଚ୍ଚିତ୍ର ସିନେ ପ୍ରେମୀଙ୍କୁ ଭେଟି ଦେବାକୁ ଯାଉଛନ୍ତି। ଚଳଚ୍ଚିତ୍ରର ନାଁ ‘ମିଶନ ମଙ୍ଗଲ୍‍’ ଯାହା ୨୦୧୯ର ସ୍ୱାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିବ। ଟ୍ୱିଟର୍‍ ମାଧ୍ୟମରେ ଅକ୍ଷୟ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, “ଜଣେ ସାଧାରଣ ବ୍ୟକ୍ତିର ଅସାଧାରଣ ସ୍ୱପ୍ନ ଓ ଅସମ୍ଭବକୁ ସମ୍ଭବ କରି ଦେଖାଇବା ଉପରେ ଆଧାରିତ ଏକ କାହାଣୀ। ଏହି ଚଳଚ୍ଚିତ୍ର ୧୫ ଅଗଷ୍ଟ, ୨୦୧୯ରେ ମୁକ୍ତିଲାଭ କରିବ”।

ସୂଚନା ଅନୁସାରେ, ଏହି ଚଳଚ୍ଚିତ୍ରରେ ଶରମନ ଜୋଶୀ, କିର୍ତ୍ତୀ କୁହ୍ଲାରୀ, ତାପସୀ ପନ୍ନୁ, ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା ଓ ନିତ୍ୟା ମେନନ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଜଗନ ଶକ୍ତି ବହନ କରିଛନ୍ତି। ଏଥିସହିତ ଚଳଚ୍ଚିତ୍ରର ନିର୍ମାତା ଆର୍‍ ବାଲ୍କୀ ରହିଛନ୍ତି। ଚଳଚ୍ଚିତ୍ରରେ ଜଣେ ଭାରତୀୟର ମଙ୍ଗଳ ଗ୍ରହ ମିଶନର କାହାଣୀ ଦେଖିବାକୁ ମିଳିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories