www.samajalive.in
Sunday, December 7, 2025
23.1 C
Bhubaneswar

୭୪ତମ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଲାଞ୍ଜିଗଡ଼ ସେକ୍ସନ୍ ଅଧିନ ଲାଞ୍ଜିଗଡ଼ ସ୍ଥିତ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିସରରେ ଲାଞ୍ଜିଗଡ଼ ବନ ବିଭାଗ ପକ୍ଷରୁ ଗୁରୁବାର ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବନପାଳ ଜଗନ୍ନାଥ ନାଗଙ୍କ ପରିଚାଳନାରେ ଏହି ବୃକ୍ଷ ରୋପଣ କାର୍ୟ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ନରୋତ୍ତୋମ ମାଝୀ,ଲାଞ୍ଜିଗଡ଼ ଏସଏସଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି,ସାମ୍ବାଦିକ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।
ଫରେଷ୍ଟ ଗାର୍ଡ୍ ଗିରିଧାରୀ ଗଉଡ଼,ରାମଚନ୍ଦ୍ର ଖମାରି, ଅନିତା ବିଶ୍ୱାଳ,ନିରାକାର ଦାସ,ଉଦିପ ନାଏକ,ତୁଳାରାମ ନିଆଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ତାଣ୍ଡି ଓ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ନରୋତ୍ତୋମ ମାଝୀ ପ୍ରଥମେ ପୂଜାପାଠ କରି ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ। ସ୍କୁଲର ଶିକ୍ଷକ ଆଲୋକ ସାହୁ, ଖେଳ ଶିକ୍ଷକ ଜୟଲାଲ ଭୋଇ, ଶିକ୍ଷକ ବିଭୁ ପ୍ରସାଦ ସାମନ୍ତରାୟ, ଶିକ୍ଷୟିତ୍ରୀ ମମତା ମାଝୀ, ଶିକ୍ଷକ ଭବେଶ ପାଟଯୋଶୀ, କେ.ଶଙ୍କର ଆଚାରି, ଶୀମାଞ୍ଚଳ କାଟ୍ରାକା, କିଶୋର ଧଙ୍ଗଡାମାଝୀ, ବୃନ୍ଦାବନ ଦଳପତି ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ସେହିପରି ଲାଞ୍ଜିଗଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଗଡ଼ ବନପାଳ ଶ୍ରୀ ନାଗ ସହଯୋଗରେ ଲାଞ୍ଜିଗଡ଼ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ନାଏକ,ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ନରୋତ୍ତୋମ ମାଝୀ, ଲାଞ୍ଜିଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷକ ରାଧାଗୋବିନ୍ଦ ରଥ,ଶିକ୍ଷକ ମନୋଜ ମହାଖୁଡ଼, ଶିକ୍ଷକ ଡମ୍ବରୁ ସାହୁ, ଦୁର୍ଗାମାଧବ ମହାଖୁଡ଼, ସାମ୍ବାଦିକ କ୍ଷମାନିଧି ମହାଖୁଡ଼ ସମେତ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଆଜିର ଏହି ବୃକ୍ଷ ରୋପଣ କାର୍ୟ୍ୟକ୍ରମରେ ୨ ଗୋଟି ସ୍କୁଲରେ ୧୫୫ ଟି ବିଭିନ୍ନ କିଶମର ବୃକ୍ଷ ରୋପଣ କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories