ହରଭଙ୍ଗା: ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସୁଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍। ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସାମୁହିକ ସମସ୍ୟା ଓ ଦାବୀଗୁଡିକୁ ପୂରଣ କରିବା ଲକ୍ଷ୍ୟରେ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ପକ୍ଷରୁ ଦାବୀପତ୍ର ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପରୀପ୍ରେକ୍ଷୀରେ ହରଭଙ୍ଗା ସରପଂଚ ଶକୁନ୍ତଳା ବେହେରା ହରଭଙ୍ଗାର ହୃତଗୌରବ ଫେରାଇ ଆଣିବାକୁ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ସଚିବଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।
ସରପଂଚଙ୍କ ଦାବୀପତ୍ରରେ ହରଭଙ୍ଗା ଠାରେ ମିନି ବ୍ଲକ ପ୍ରତିଷ୍ଠା, ରାଣୀ ସୌଦାମିନୀ ପ୍ରାଥମିକ ଚିକିତ୍ସାକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା, ହରଭଙ୍ଗାଠାରେ ଥିବା ସର୍ବପୂରାତନ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ଏବଂ ନୂତନ ଭାବେ ନିର୍ମାଣ କରାଯିବା, ଏକ ବାଳିକା ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା, ହରଭଙ୍ଗାଠାରେ ଏକ ଡିଗ୍ରୀ ମହାବିଦ୍ୟାଳୟ ଖୋଲିବା, ହରଭଙ୍ଗା ବଜାର ଉପକଣ୍ଠରେ ଥିବା ଡାକବଙ୍ଗଳାର ପୁନଃରୁଦ୍ଧାର, ହରଭଙ୍ଗା ଶିବ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିରର ପୁନଃରୁଦ୍ଧାର, ମହାନଦୀର ପ୍ରଳୟଙ୍କାରୀ ବନ୍ୟା ପ୍ରଭାବରୁ ଲୋକଙ୍କ ଧନଜୀବନ ରକ୍ଷାପାଇଁ ରିଙ୍ଗବନ୍ଧ ନିର୍ମାଣ, ହରଭଙ୍ଗାଠାରେ ଏକ ଦମକଳ କେନ୍ଦ୍ର ପ୍ରତିଷ୍ଠା ଏବଂ ହରଭଙ୍ଗାରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକ ପୁନଃ କାର୍ଯ୍ୟକ୍ଷମ ବିଷୟ ରହିଛି।



