ଗୋପାଳପୁର: ଗୋଳନ୍ଥରା ଅଧୀନ ପିତାତଳି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ଗୋଳନ୍ଥରା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଉକ୍ତ ଗାଁର ଏସ. ବାଲକ୍ରୀଷ୍ଣା ବୋଲି ପୋଲିସ ସୂଚନା ଦେଇଛି। ସୂଚନା ଅନୁଯାଇ ଗତ ୨ ତାରିଖ ସକାଳ ସମୟରେ ପିତାତଳି ଗାଁର ଏସ. ଗୁ୍ରେୟା ଗାଁକୁ ଯାଉଥିବା ସମୟରେ କେ. ନରସିଂହ ମୃର୍ତ୍ତୀ ଘର ନିକଟରେ ୫/୬ ଜଣ ଯୁବକ ତାଙ୍କୁ ଧମକ ଦେବା ସହ ଆକ୍ରମଣ କରିଥିବା ନେଇ ଗୁ୍ରେୟା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ବାଲକ୍ରିଷ୍ଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।
Popular Categories



