www.samajalive.in
Sunday, December 14, 2025
19.1 C
Bhubaneswar

ମିନି ବ୍ଲକ, ରିଙ୍ଗବନ୍ଧ, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଦାବୀ ନେଇ ସଚିବଙ୍କୁ ଭେଟିବେ ଜନ ପ୍ରତିନିଧି

ହରଭଙ୍ଗା: ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସୁଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍‌‌। ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସାମୁହିକ ସମସ୍ୟା ଓ ଦାବୀଗୁଡିକୁ ପୂରଣ କରିବା ଲକ୍ଷ୍ୟରେ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ପକ୍ଷରୁ ଦାବୀପତ୍ର ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପରୀପ୍ରେକ୍ଷୀରେ ହରଭଙ୍ଗା ସରପଂଚ ଶକୁନ୍ତଳା ବେହେରା ହରଭଙ୍ଗାର ହୃତଗୌରବ ଫେରାଇ ଆଣିବାକୁ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ସଚିବଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

ସରପଂଚଙ୍କ ଦାବୀପତ୍ରରେ ହରଭଙ୍ଗା ଠାରେ ମିନି ବ୍ଲକ ପ୍ରତିଷ୍ଠା, ରାଣୀ ସୌଦାମିନୀ ପ୍ରାଥମିକ ଚିକିତ୍ସାକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା, ହରଭଙ୍ଗାଠାରେ ଥିବା ସର୍ବପୂରାତନ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ଏବଂ ନୂତନ ଭାବେ ନିର୍ମାଣ କରାଯିବା, ଏକ ବାଳିକା ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା, ହରଭଙ୍ଗାଠାରେ ଏକ ଡିଗ୍ରୀ ମହାବିଦ୍ୟାଳୟ ଖୋଲିବା, ହରଭଙ୍ଗା ବଜାର ଉପକଣ୍ଠରେ ଥିବା ଡାକବଙ୍ଗଳାର ପୁନଃରୁଦ୍ଧାର, ହରଭଙ୍ଗା ଶିବ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିରର ପୁନଃରୁଦ୍ଧାର, ମହାନଦୀର ପ୍ରଳୟଙ୍କାରୀ ବନ୍ୟା ପ୍ରଭାବରୁ ଲୋକଙ୍କ ଧନଜୀବନ ରକ୍ଷାପାଇଁ ରିଙ୍ଗବନ୍ଧ ନିର୍ମାଣ, ହରଭଙ୍ଗାଠାରେ ଏକ ଦମକଳ କେନ୍ଦ୍ର ପ୍ରତିଷ୍ଠା ଏବଂ ହରଭଙ୍ଗାରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକ ପୁନଃ କାର୍ଯ୍ୟକ୍ଷମ ବିଷୟ ରହିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories