ଜମି ପଟ୍ଟା ବଣ୍ଟନ କଲେ ବିଧାୟକ

କଲମପୁର: କଲମପୁର ସମିତି କାର୍ଯ୍ୟାଳୟ ଠରେ ଜୁନ ମାସର ସାମାଜିକ ସୁରକ୍ଷା ଯୋଜନାରେ ନୂତନ ଭାବେ ସଂଯୋଗ ହେଇଥିବା ହିତାଧିକାରୀଙ୍କୁ ଧର୍ମଗଡ ବିଧାୟକ ମୌଷଧି ବାଗ ଭତ୍ତା ଟଙ୍କା ବଣ୍ଟନ କରିଛନ୍ତି। ଏହାସହ ବିଧାୟକ ଶ୍ରୀ ବାଗ କଲମପୁର ତହସିଲ ତରଫରୁ ଯୋଗ୍ୟ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ମଧ୍ୟ ପ୍ରଦାନ କରିଛନ୍ତି।

prayash

ସୂଚନା ଅନୁସାର କଲମପୁର ବ୍ଲକ ପ୍ରଶାସନର ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଧର୍ମଗଡ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତ ବର୍ଷ ଜୁନ ମାସରେ ସାମାଜିକ ସୁରକ୍ଷା ଯୋଜନାରେ ସ୍ୱୀକୃତ ହେଇଥିବା ବ୍ଲକର ୫୨ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି।

ତହସିଲଦାର ରୁଦ୍ର ମୋହନ ନାୟକ, ଜିଲା ପରିଷଦ ସଭ୍ୟା ନିବେଦିତା ହଂସ ଏବଂ ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖିତିସୁତା ମେହେର ପରିଚାଳନା କରିଥିଲେ। ଏ ଅବସରରେ ତହସିଲଦାର ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ୬୭ ଜଣ ହିତାଧିକାରୀଙ୍କୁ ବିଧାୟକ ଶ୍ରୀ ବାଗ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ଅଧିକାରୀ ଚନ୍ଦ୍ର ଶେଖର ସାହୁ ପରିଚାଳନା କରିଥିଲେ। ରବୀନ୍ଦ୍ର ପ୍ରଧାନୀ, କଲମପୁର ରାଜସ୍ୱ ନିରୀକ୍ଷକ ଅର୍ଚ୍ଚନା ସାହୁ, ରାଜସ୍ୱ କ୍ଷେତ୍ର ପରିଦର୍ଶକ ଚତୁର୍ଭୁଜ ନାଏକ କାର୍ଯ୍ୟକ୍ରମ ପରି·ଳନାରେ ସକ୍ରିୟ ସହଯୋଗ କରିଥିଲେ।

kalyan agarbati

Comments are closed.