ଯୋଗ ଓ ନେଚରୋପାଥିର ଉପଯୋଗିତା

ଡକ୍ଟର ଅଶୋକ ଦୋରା, ପ୍ରତିଷ୍ଠାତା-ସତ୍ୟସାଇ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ସେଣ୍ଟର, ଭୁବନେଶ୍ବର

ଓଡ଼ିଶାରେ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଆୟୁଷ ନିର୍ଦେଶାଳୟ ଅବସ୍ଥିତ। ଓଡ଼ିଶାରେ ଆୟୁର୍ବେଦ ଓ ହୋମିଓପାଥିରେ ଅନେକ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଅଛି। ସହସ୍ରାଧିକ ଚିକିତ୍ସକ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି। ଓଡ଼ିଶାରେ ସ୍ବଳ୍ପ ସଂଖ୍ୟକ ୟୁନାନି ଚିକିତ୍ସକ ସେବାରତ ହେଲେ ମଧ୍ୟ ଶିକ୍ଷାପ୍ରଦାନ ପାଇଁ କୌଣସି ମହାବିଦ୍ୟାଳୟ ନାହିଁ। ସିଦ୍ଧ ଏକ ଅନୁମୋଦିତ ଚିକିତ୍ସା ପ୍ରଣାଳୀ ହେଲେ ମଧ୍ୟ ତଥ୍ୟ ଅନୁସାରେ ଓଡ଼ିଶାରେ ସିଦ୍ଧ ଚିକିତ୍ସକ, ଚିକିତ୍ସାଳୟ କିମ୍ବା ମହାବିଦ୍ୟାଳୟ ନାହିଁ।

ଆୟୁଷ ଚିକିତ୍ସା ପ୍ରଣାଳୀର ୨ୟ ଚିକିତ୍ସା ପ୍ରଣାଳୀ ଯୋଗ ଓ ପ୍ରାକୃତିକ ଚିକିତ୍ସା ଓଡ଼ିଶାରେ ନେଚରୋପାଥି ଓ ଯୋଗ ବିଜ୍ଞାନ ଏକ ସରକାରୀ ଅନୁମୋଦିତ ଚିକିତ୍ସା ପ୍ରଣାଳୀ। ଏହି ଚିକିତ୍ସା ପ୍ରଣାଳୀରେ ସ୍ନାତକ ଶିକ୍ଷା ପ୍ରଦାନରେ ସତ୍ୟସାଇ ମେଡ଼ିକାଲ କଲେଜ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ହେଉଛି ଓଡ଼ିଶାରେ ଏକ ମାତ୍ର ଏବଂ ସର୍ବ ପୁରାତନ କଲେଜ ଓ ଏହା ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ସହବନ୍ଧିତ। ସାଢ଼େ ଚାରି ବର୍ଷ ସହ ୧ ବର୍ଷର ହାଉସ ମାନସିପ ଡିଗ୍ରୀ ପାଠ୍ୟକ୍ରମ ବିଏନ୍‌ୱାଇଏସ ଶିକ୍ଷା ପ୍ରଦାନ କରାଯାଏ।

prayash

କୁଆଖାଇ ନଦୀକୂଳରେ କେଶୁରା ବାଲିଘାଟରେ ଏକ ପ୍ରାକୃତିକ ଓ ଶାନ୍ତ ପରିବେଶରେ ଏହି କଲେଜ ପରିକଳ୍ପିତ ଓ ପରିଚାଳିତ ଏହି ଅନୁଷ୍ଠାନରେ ଉଚ୍ଚମାନର ଓ ଅଭିଜ୍ଞ ଶିକ୍ଷକ ମଣ୍ଡଳୀ ଶିକ୍ଷା ପ୍ରଦାନ କରୁଛନ୍ତି। ୨୦୨୦ ମସିହାରେ ଓଡ଼ିଶା ସରକାର ଯୋଗ ଓ ପ୍ରାକୃତିକ ଚିକିତ୍ସା ସେବା ଓ ଶିକ୍ଷାପାଇଁ ନୀତି ନିର୍ଦ୍ଧାରଣ କଲେ। ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ +୨ ସାଇନ୍ସ ସହିତ ବାଇଓଲୋଜିରେ ୫୦% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଏହି ବିଏନ୍‌ୱାଇଏସ୍‌ କୋର୍ସରେ ଆଡ଼ମିସନ କରନ୍ତି। ନେଚରୋପାଥି ଓ ଯୋଗ ବିଜ୍ଞାନର ଉଭୟ ତତ୍ତ୍ବ ତଥା ବ୍ୟାବହାରିକ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ତାଲିମ ପ୍ରଦାନ ଉଦ୍ଦେଶ୍ୟରେ ଏହି କଲେଜ ପ୍ରତିଷ୍ଠା କରାଯାଇଛି। ୨୦୧୯ ମସିହାରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏହି କଲେଜକୁ ମାନ୍ୟତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉତ୍କଳ ବିଶ୍ବବିଦ୍ୟାଳୟ ଉକ୍ତ କଲେଜକୁ ଅନୁବନ୍ଧନ କଲା। ପ୍ରତ୍ୟେକ ବର୍ଷ ୬୦ ଜଣ ଛାତ୍ରଛାତ୍ରୀ ବିଏନ୍‌ୱାଇଏସ ଡିଗ୍ରୀରେ ଆଡ଼ମିସନ କରନ୍ତି।

ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବିଏନ୍‌ୱାଇଏସ ଡିଗ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଭାରତ ତଥା ବିଦେଶରେ ସୁଯୋଗ ରହିଛି। ରାଜ୍ୟ ସରକାରୀ ହସ୍ପିଟାଲ ଓ କେନ୍ଦ୍ର ସରକାରୀ ହସ୍ପିଟାଲରେ ନିଯୁକ୍ତି ସୁଯୋଗ ରହିଛି। ବେସରକାରୀ ଚିକିତ୍ସା ସେବାରେ ଅନେକ ସୁଯୋଗ ରହିଛି। ଏହା ସହ ଜଣେ ବିଏନ୍‌ୱାଇଏସ ଡିଗ୍ରୀଧାରୀ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିପାରେ କିମ୍ବା ନିଜର ହସ୍ପିଟାଲ ପ୍ରତିଷ୍ଠା କରିପାରନ୍ତି। ଜଣେ ବିଏନ୍‌ୱାଇଏସ ଡିଗ୍ରୀଧାରୀ ମେଡ଼ିକାଲ ରିସର୍ଚ୍ଚ ସାଇଣ୍ଟିଷ୍ଟ, ସ୍ପୋର୍ଟସ ଥେରାପିଷ୍ଟ, କର୍ପୋରେଟ ୱେଲନେସ୍‌ କନ୍‌ସଲଟାଣ୍ଟ, ଷ୍ଟ୍ରେସ ମ୍ୟାନେଜମେଣ୍ଟ କନସଲଟାଣ୍ଟ କ୍ୟାରିଅରକୁ ଚୟନ କରିପାରେ। କ୍ଲିନିକାଲ ରିସର୍ଚ୍ଚ ଫିଲ୍‌ଡରେ ମଧ୍ୟ ଜଣେ ବିଏନ୍‌ୱାଇଏସ ଡିଗ୍ରୀଧାରୀ ନିଜ କ୍ୟାରିଅରକୁ ଆଗକୁ ନେଇପାରେ। ସତ୍ୟସାଇ ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ ଅଧୀନରେ ସତ୍ୟସାଇ ମେଡ଼ିକାଲ କଲେଜ, ହସ୍ପିଟାଲ ଏଣ୍ଡ ରିସର୍ଚ୍ଚ ସେଣ୍ଟର, ସତ୍ୟସାଇ ମେଡ଼ିକାଲ କଲେଜ ଅଫ୍‌ ଫିଜିଓଥେରାପି ଓ ସତ୍ୟସାଇ ମେଡ଼ିକାଲ ଅଫ ନର୍ସିଂ ପରିଚାଳିତ ଓ ମେଡ଼ିକାଲ ଶିକ୍ଷାକୁ ଉନ୍ନତ ଓ ଲୋକାଭିମୁଖୀ କରିବାକୁ ପ୍ରତିବଦ୍ଧ।

kalyan agarbati

Comments are closed.