www.samajalive.in
Monday, December 8, 2025
27.1 C
Bhubaneswar

‘ଚନ୍ଦ୍ରମୁଖୀ-୨’ର ମୁକ୍ତିଲାଭ ତାରିଖ ଘୋଷଣା କଲେ କଙ୍ଗନା

ମୁମ୍ବାଇ: କଙ୍ଗନା ରାଣାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ ୨’ର ମୁକ୍ତିଲାଭ ତାରିଖ ଘୋଷଣା କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ରିଲିଜ୍‌ ତାରିଖ ଘୋଷଣା କରିବା ସହ ରାଘବ ଲରେନ୍ସଙ୍କ ପ୍ରଥମ ଲୁକ୍‌ ପୋଷ୍ଟର ଶେୟାର କରିଛନ୍ତି କଙ୍ଗନା। ପୋଷ୍ଟରରେ ରାଘବଙ୍କ ଲୁକ୍‌ ପ୍ରଶଂସକଙ୍କ ଉତ୍ସାହକୁ ଦୁଇ ଗୁଣିତ କରିଦେଇଛି। ‘ଚନ୍ଦ୍ରମୁଖୀ ୨’ ସେପ୍ଟମ୍ବର ୧୯ ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିବ।


ରାଘବ ମଧ୍ୟ ଚଳଚ୍ଚିତ୍ର ମୁକ୍ତିଲାଭ ସମ୍ପର୍କରେ ସୂଚନା ଦେଇଛନ୍ତି। ଗଣେଶ ଚତୁର୍ଥୀ ଦିନ ଏହାର କବାଟ ଖୋଲିଯିବ ବୋଲି ସେ ଲେଖିଛନ୍ତି। ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟଲମ ଓ କନ୍ନଡ଼ ଭାଷାରେ ରିଲିଜ ହେବ ‘ଚନ୍ଦ୍ରମୁଖୀ ୨’। ଫିଲ୍ମରେ କଙ୍ଗନାଙ୍କ ସହ ତାମିଲ ଅଭିନେତା ରାଘବ ଲରେନ୍ସ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପି ବାସୁଙ୍କ ଦ୍ବାରା ନିର୍ଦେଶିତ ‘ଚନ୍ଦ୍ରମୁଖୀ ୨’ ତାମିଲ ହରର କମେଡ଼ି ଫିଲ୍ମ ‘ଚନ୍ଦ୍ରମୁଖୀ’ର ଦ୍ବିତୀୟ ଭାଗ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories