ହରଭଙ୍ଗା : ସମଗ୍ର ଶିକ୍ଷା ବୌଦ୍ଧ ଏବଂ ଡିଆଇଟି ବୌଦ୍ଧ ଆନୁକୂଲ୍ୟରେ ଚାରିଛକ ହାଇସ୍କୁଲ ଠାରେ ଚାରିଦିନିଆ ‘ପ୍ରାରମ୍ଭ’ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପ୍ରାଥମିକ ଶ୍ରେଣୀରେ ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ ପୁସ୍ତିକା ଗୁଡିକର କ୍ରମଅନୁସାରେ ବ୍ୟବହାର ପାଇଁ ଶିକ୍ଷଣ ସହାୟତା ପ୍ରଦାନ କରାଯାଇଥିଲା।
ଏହାସହିତ ବିଦ୍ୟାପ୍ରବେଶ, ମୌଖିକ ଭାଷା ବିକାଶ, ଡିକୋଡ଼ିଙ୍ଗ, ପଠନ ଦକ୍ଷତା, ଲିଖନ ଦକ୍ଷତା ଏବଂ ସିଆରଏ ପନ୍ଥା ବ୍ୟବହାର ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ବ୍ଲକ ଶିକ୍ଷାଧିକାରୀ ଅଜୟ ଲୁହା, ଏବିଇଓ ଜଗତ ମଲ୍ଲିକ, ସତ୍ୟନାରାୟଣ ମିଶ୍ର ଏବଂ ବରିଷ୍ଠ ଶିକ୍ଷା ପ୍ରଶିକ୍ଷିକା ଶୁଭଲଷ୍ମୀ ପରିଡା ତାଲିମ ଶିବିରକୁ ତଦାରଖ କରିଥିଲେ। ତାଲିମଦାତା ଭାବେ ସାଧନକର୍ମୀ ନିର୍ମଳ କୁମାର ରଣା, ସନ୍ତୋଷ ମହାପାତ୍ର, ସତ୍ୟନାରାୟଣ ନାୟକ ଏବଂ କୁମୁଦ ପ୍ରଧାନ ଶିବିର ପରିଚାଳନା କରିଥିଲେ। ପୁରୁଣାକଟକ, ବାଣୀଭୂଷଣପୁର ଏବଂ ତଳଗାଁ କ୍ଲଷ୍ଟରର ଶିକ୍ଷକମାନେ ଏହି ତାଲିମ ଶିବିରରେ ଭାଗ ନେଇଥିଲେ।



