www.samajalive.in
Wednesday, December 10, 2025
18.1 C
Bhubaneswar

ଆଇଜର ଶିକ୍ଷାନୁଷ୍ଠାନ ପକ୍ଷରୁ ଇନ୍ଦ୍ରାକ୍ଷୀରେ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାକ୍ଷୀ ପଞ୍ଚାୟତ ତୁଳୁ ବାତ୍ୟାଆଶ୍ରୟ ସ୍ଥଳୀ ଠାରେ ଲଉଡ଼ିଗାଁ ସ୍ଥିତ ଆଇଜର ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି। ସମାଜରେ ନିଃସହାୟ ଗରିବ ସର୍ବସାଧାରଣଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟ ରେ ଆଇଜର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲିଙ୍କ ପ୍ରଚେଷ୍ଟାରେ ଏହି ନିଃଶୁକ୍ଳ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଥିଲା।ଏହି ଶିବିର ରେ ଆଖପାଖ ନିକଟସ୍ଥ ଗ୍ରାମରୁ ପ୍ରାୟ ୨୧୮ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଉଚ୍ଚରକ୍ତଚାପ,ମଧୁମେହ ଆଦି ବିଭିନ୍ନ ପ୍ରକାରର ସ୍ଵାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଅନୁସାରେ ମାଗଣାରେ ଔଷଧ ନେଇଥିଲେ।

ସକାଳ ପ୍ରାୟ ନଅଟା ବେଳେ ସ୍ବାସ୍ଥ୍ୟ ଶିବିର ଆରମ୍ଭ କରାଯାଇ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଚାଲିଥିଲା। ଏହି ଶିବିରରେ ପ୍ରଫେସର ବିଶ୍ୱାସ ଚୌହାନ, ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ଆଝାହର୍ ଏମ.ଶେଖ୍,ଆକାଶ ନାୟକ, ସ୍ମିତାରାଣୀ ମିଶ୍ର, ସୋମ୍ୟଶ୍ରି ପୃଷ୍ଟି, ଆଇଜର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ମାଝୀ,ସମାଜ ସେବୀ ନଟବର ସାହୁ, ଗ୍ରାମ ନାଇଡ଼ୁ ରୁପ ରେଡ୍ଡୀ, ବିପିନ ସାହୁ,ସରପଞ୍ଚ ପ୍ରତିନିଧି ରମେଶ ସେଠୀ ଯୋଗ ଦେଇଥିବା ବେଳେ ମେଡ଼ିକାଲ ଅଫିସର ବ୍ଲେଶିମଲ ଭର୍ଗିସ୍, ଡ଼ଃ ଟି.ମୈତ୍ରୀ, ପ୍ରଣୀତ ପାତ୍ରଙ୍କ ଡ଼ଃ ଶିବପ୍ରସାଦ ପଣ୍ଡା ଦ୍ଵାରା ସମସ୍ତ ରୋଗୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ।

- Advertisement -

ଏହି ସ୍ଵାସ୍ଥ୍ୟ ଶିବିରରେ ଯୋଗ ଦେଇ ଥିବା ସାଧାରଣ ଲୋକଙ୍କର ଆୟୋଜନ କରିଥିବା ନିଃଶୁକ୍ଳ ସ୍ଵାସ୍ଥ୍ୟ ଶିବିର ପ୍ରତି ସମ୍ପୁର୍ଣ୍ଣ ଭରଷା ବଢ଼ୁଥିବାର ଦେଖାଯାଇଥିଲା। ଏହି ଭଳି ଭାବରେ ଯଦି ଘର ପାଖରେ ସ୍ବାସ୍ଥ୍ୟ ସେବା ମିଳିପାରିବ,ତେବେ ନିଃସହାୟ ଗରିବ ଲୋକମାନେ ବେଶ୍ ଉପକୃତ ହୋଇପାରିବେ ବୋଲି ଜନସାଧାରଣ ମତବ୍ୟକ୍ତ କରିଥିଲେ। ଆଇଜର ନିର୍ଦ୍ଦେଶକ ଙ୍କର ଏହି ଉଦ୍ୟମକୁ ସର୍ବସାଧାରଣରେ ପ୍ରଶଂସିତ କରାଯାଇଛି ଏହିପରି ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଆଇଜର ର ପ୍ରୟାସ ଜାରି ରହିବ ବୋଲି ନିର୍ଦ୍ଦେଶକ ପ୍ରଫେସର ଗାଙ୍ଗୁଲି କହିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories