ଦିଗପହଣ୍ଡି ବସ ଦୁର୍ଘଟଣା : ଦଦରା ବସର ପରମିଟ ନ ଥିଲା, ଘଟଣା ପାଇଁ ବସ ମାଲିକ ହିଁ ଦାୟୀ, କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ବର: ଦିଗପହଣ୍ଡି ବସ ଦୁର୍ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ପରମିଟ କି ଇନସ୍ୟୁରାନ୍ସ ନ ଥିଲା ବୋଲି ଗଞ୍ଜାମ ଜିଲା ସଡ଼କ ପରିବହନ ଅଧିକାରୀ ମାନସ ସାହୁ ସୂଚନା ଦେଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ଫିଟନେସ ଥିଲା ବୋଲି ଆରଟିଓ ପକ୍ଷରୁ କୁହାଯାଇଛି। ତେବେ ରାତିରେ ଚଳାଚଳ ପାଇଁ ପରମିଟ ନଥିଲା କି ବୀମା ନ ଥିଲା। ଘଟଣା ପାଇଁ ବସ ମାଲିକ ହିଁ ଦାୟୀ, କାର୍ଯ୍ୟାନୁଷ୍ଠାନ ହେବ ଆରଟିଓ ପକ୍ଷରୁ ପ୍ରକାଶ କରାଯାଇଛି।

prayash

ଅପରପକ୍ଷରେ ୨୫ ବର୍ଷର ବସକୁ ଫିଟନେସ ମିଳିବା ନେଇ ପ୍ରଶ୍ନ ଉଠିଛି। ଦୁର୍ଘଟଣାଗ୍ରସ୍ତ ବସ ୨୫ ବର୍ଷ ତଳେ ରେଜିଷ୍ଟ୍ରେସନ ହୋଇଥିଲା। ୧୯୯୮ ମସିହା ମାର୍ଚ୍ଚ ୨୬ରେ ଆରଟିଓରେ ରେଜିଷ୍ଟ୍ରେସନ ହୋଇଥିଲା। ବସର ଫିଟନେସ ଚଳିତ ବର୍ଷ ନଭେମ୍ବର ମାସ ପର୍ଯ୍ୟନ୍ତ ବଳବତ୍ତର। ତେବେ ୨୫ ବର୍ଷ ତଳର ଦଦରା ବସକୁ ଯାତ୍ରୀ ପରିବହନ ଅନୁମତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଦୁର୍ଘଟଣା ଘଟାଇଥିବା ଓଏସଆରଟିସି ବସ ଡ୍ରାଇଭରକୁ ଭରତପୁର ପୁଲିସ ବରମୁଣ୍ଡା ଓଏସଆରଟିସି ବସଷ୍ଟାଣ୍ଡରୁ ଧରିବାରେ ସଫଳ ହୋଇଛି। ଦୁର୍ଘଟଣା ପରେ ଅନ୍ୟ ଏକ ବସ ଯୋଗେ ଭୁବନେଶ୍ବର ପଳାଇ ଆସିଥିଲା। ଡ୍ରାଇଭରକୁ ଧରିବା ପରେ ଭରତପୁର ପୁଲିସ ଦିଗପହଣ୍ଡି ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

kalyan agarbati

Comments are closed.