www.samajalive.in
Sunday, December 7, 2025
26.1 C
Bhubaneswar

କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ୬ ମୃତ

କାବୁଲ . –  ସୋମବାରରେ କାବୁଲରେ ଆତ୍ମଘାତୀ ବିସ୍ଫୋରଣ ଘଟି ୬ ଜଣ  ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଏକ ପୁଲିସ ଚେକ୍‌ପୋଷ୍ଟ ନିକଟରେ ଜଣେ ବ୍ୟକ୍ତି ନିଜକୁ ବିସ୍ଫୋରଣ କରି ଉଡାଇ ଦେଇଥିବା ସୂଚନା ମିଳିଛି । କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି । ଏହ ବିସ୍ଫୋରଣରେ କେତକ ପୁଲିସ କର୍ମୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଆପଗାନିସ୍ତାନ ସଂସଦର ବରିଷ୍ଠ ଅଧିକାରୀ ନଜିବ ଡାନିସ୍‌ଙ୍କର ସୂଚନା ଅନୁଯାୟୀ ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ପୁଲିସ କର୍ମୀ ଓ ଜଣେ ମହିଳା ଆହତ ହୋଇଛନ୍ତି ।

- Advertisement -

କାବୁଲ ମଧ୍ୟଭାଗରେ ଥିବା ଏକ ବିଦ୍ୟାଳୟ ନିକଟରେ ପୁଲିସ ଚେକ୍‌ପୋଷ୍ଟରେ ଯାଞ୍ଚ ଚାଲିଥିବା ବେଳେ ଏହି ଆତ୍ମଘାତୀ ବିସ୍ଫୋରଣ କରିଥିବା ବ୍ୟକ୍ତି ଜଣଙ୍କ ନିଜର ବିସ୍ଫୋରକ ପୂର୍ଣ୍ଣ ପୋଷାକରେ ବିସ୍ଫୋରଣ କରିଥିଲା। ଏହି ସ୍ଥାନଟି ଆଫଗାନିସ୍ତାନର ଅର୍ଥମନ୍ତ୍ରୀଙ୍କ ସରକାରୀ ବାସଭବନ  ଓ ରାଷ୍ଟ୍ରପତି ନିବାସ ନିକଟରେ ଅବସ୍ଥିତ ।

ଆଫଗାନିସ୍ତାନର ଦୁଇଟି ପ୍ରଦେଶରେ ତାଲିବାନ ପକ୍ଷରୁ କରାଯାଉଥିବା ଆକ୍ରମଣକୁ ରୋକିବାରେ ସରକାର ବିଫଳ ହେଉଥିବାରୁ ତାହା ବିରୋଧରେ ଶହ ଶହ ଲୋକ ବିରୋଧ ପ୍ରର୍ଦଶନ କରିଥିଲେ । ପ୍ରଦର୍ଶନ ସରିବାର କିଛି ସମୟ ପରେ ଏହି ବିସ୍ଫୋରଣ ହୋଇଥିଲା।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories