କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ୬ ମୃତ
କାବୁଲ . – ସୋମବାରରେ କାବୁଲରେ ଆତ୍ମଘାତୀ ବିସ୍ଫୋରଣ ଘଟି ୬ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଏକ ପୁଲିସ ଚେକ୍ପୋଷ୍ଟ ନିକଟରେ ଜଣେ ବ୍ୟକ୍ତି ନିଜକୁ ବିସ୍ଫୋରଣ କରି ଉଡାଇ ଦେଇଥିବା ସୂଚନା ମିଳିଛି । କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି । ଏହ ବିସ୍ଫୋରଣରେ କେତକ ପୁଲିସ କର୍ମୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଆପଗାନିସ୍ତାନ ସଂସଦର ବରିଷ୍ଠ ଅଧିକାରୀ ନଜିବ ଡାନିସ୍ଙ୍କର ସୂଚନା ଅନୁଯାୟୀ ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ପୁଲିସ କର୍ମୀ ଓ ଜଣେ ମହିଳା ଆହତ ହୋଇଛନ୍ତି ।
କାବୁଲ ମଧ୍ୟଭାଗରେ ଥିବା ଏକ ବିଦ୍ୟାଳୟ ନିକଟରେ ପୁଲିସ ଚେକ୍ପୋଷ୍ଟରେ ଯାଞ୍ଚ ଚାଲିଥିବା ବେଳେ ଏହି ଆତ୍ମଘାତୀ ବିସ୍ଫୋରଣ କରିଥିବା ବ୍ୟକ୍ତି ଜଣଙ୍କ ନିଜର ବିସ୍ଫୋରକ ପୂର୍ଣ୍ଣ ପୋଷାକରେ ବିସ୍ଫୋରଣ କରିଥିଲା। ଏହି ସ୍ଥାନଟି ଆଫଗାନିସ୍ତାନର ଅର୍ଥମନ୍ତ୍ରୀଙ୍କ ସରକାରୀ ବାସଭବନ ଓ ରାଷ୍ଟ୍ରପତି ନିବାସ ନିକଟରେ ଅବସ୍ଥିତ ।
ଆଫଗାନିସ୍ତାନର ଦୁଇଟି ପ୍ରଦେଶରେ ତାଲିବାନ ପକ୍ଷରୁ କରାଯାଉଥିବା ଆକ୍ରମଣକୁ ରୋକିବାରେ ସରକାର ବିଫଳ ହେଉଥିବାରୁ ତାହା ବିରୋଧରେ ଶହ ଶହ ଲୋକ ବିରୋଧ ପ୍ରର୍ଦଶନ କରିଥିଲେ । ପ୍ରଦର୍ଶନ ସରିବାର କିଛି ସମୟ ପରେ ଏହି ବିସ୍ଫୋରଣ ହୋଇଥିଲା।