ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା, ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ

ଗୁଣୁପୁର: ନିଜ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ। ଗତ ୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖରେ ଭୁବନେଶ୍ୱର ବିଧାୟକ କଲୋନୀରେ ରାମମୂର୍ତ୍ତି ଙ୍କ ବାସଭବନ ଡିଏସ୧୮/୧ ରୁ ତାଙ୍କ ପତ୍ନୀ ରେଖା ଗମାଙ୍ଗଙ୍କ ଦରପୋଡା ମୃତଦେହ ମିଳିଥିବା ସେତେବେଳେ ଚର୍ଚ୍ଚାର ପରିସରକୁ ଆସିଥିଲା।

prayash

ଆଜି ଏହି ଘଟଣାରେ ରାମମୂର୍ତ୍ତି ଗାମଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ତୃତୀୟ ଅତିରିକ୍ତ ଜିଲା ଦୌରା ଜର୍ଜ ଭୁବନେଶ୍ୱର। ପତ୍ନୀ ଗର୍ଭବତୀ ଥିବା ସମୟରେ ତାଙ୍କୁ ନିଆଁରେ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ର ଦଫା ୩୦୨ ଲାଗିଥିବା ଜଣାପଡିଛି। ହତ୍ୟାର ଶିକାର ହେଇଥିବା ପତ୍ନୀଙ୍କ ଘର ରାମାନଗୁଡା ବ୍ଲକ୍ ବଡ଼ କୁଜେନ୍ଦ୍ରି ବୋଲି ଜଣାପଡିଛି।

kalyan agarbati

Comments are closed.