ରେଙ୍ଗାଲି ବ୍ଲକରେ ହୋଇନି ମୌସୁମୀ ବର୍ଷା, ଚିନ୍ତାରେ ଚାଷୀ
ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ବ୍ଲକ ଅଞ୍ଚଳରେ ଖଇଫୁଟା ତାତି, ତତଲା ପବନ ଗୁଳଗୁଳି ରେ ଜନଜୀବନ ଦୁର୍ବିସହ ହୋଇପଡିଛି। ଗତ ସେପ୍ଟେମ୍ବର ମାସରୁ ଆଦୌ ଅଦିନିଆ ବର୍ଷା ହୋଇ ନଥିବାବେଳେ ଖରିଫ ଋତୁରେ ପ୍ରାକ୍ ମୌସୁମୀ ବର୍ଷା ମଧ୍ୟ ହୋଇ ନାହିଁ। ଚାଷ ଜମି ଶୁଖିଲା ପଡ଼ିଛି ।
ଧାନ ଚାଷ ପାଇଁ ଜମିରେ ହଳ କରି ହେଉନାହିଁ। ମୌସୁମୀ ରାଜ୍ୟରେ ପ୍ରବେଶ କରିଥିଲେ ମଧ୍ୟ ରେଙ୍ଗାଲି ବ୍ଲକରେ ଆଜି ସୁଦ୍ଧା ବର୍ଷା ହୋଇନାହିଁ। ଧାନବୁଣା, ତଳି ପକା ଆଦି ଚାଷ କାମ ବନ୍ଦ ହୋଇଯାଇଛି। ବିଗତ ବର୍ଷରେ ଜୁନ୍ ମାସ ବେଳକୁ ଧାନ ବୁଣା ଓ ତଳିପକା କାମ ପ୍ରାୟ ସରିଯାଇଥାଏ। ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଉଛି।
୨୦୨୨ ଜୁନ୍ ମାସରେ ୧୦୯ ମିଲିମିଟର ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଜୁନ୍ ମାସରେ ମାତ୍ର ୪.୮ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡରୁ ଜଣାପଡିଛି। ଜୁନ୍ ସରିବାକୁ ଆଉ ଏକ ସପ୍ତାହ ବାକି ରହିଥିବାବେଳେ ବର୍ଷା ଦେଖା ଦର୍ଶନ ମିଳୁ ନଥିବାରୁ ଚାଷୀ ନିରାଶ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।
Comments are closed.