ନାଳକୁ କାର୍‌ ଖସି ୪ ଛାତ୍ର ମୃତ

0

ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରା ସହରରେ ବୁଧବାର ଏକ କାର୍‌ ଦୁର୍ଘଟଣାରେ ୪ ଜଣ କଲେଜ ଛାତ୍ର ପ୍ରାଣ ହରାଇଛନ୍ତି। ଚାରିଜଣ ସାଙ୍ଗ ଏକ କାର୍‌ରେ ଯାଉଥିବାବେଳେ ଚାଳକ ନିୟନ୍ତ୍ରଣ ହରାଇବାରୁ କାର୍‌ଟି ସିକନ୍ଦରା ଶିଳ୍ପାଞ୍ଚଳରେ ରାସ୍ତାକଡରେ ଥିବା ୨୦ ଫୁଟ ଗଭୀର ନାଳ ମଧ୍ୟକୁ ଖସିପଡିଥିଲା। ଫଳରେ ଏହି ଚାରିଜଣ ସାଙ୍ଗ କାର୍‌ରେ ପାଣିରେ ବୁଡି ପ୍ରାଣ ହରାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ କାର୍‌ରୁ ଉଦ୍ଧାର କରିବା ସହ ଡାକ୍ତରଖାନା ନେଇଥିଲେ ସୁଦ୍ଧା ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply