www.samajalive.in
Sunday, December 14, 2025
17.1 C
Bhubaneswar

ଠିକାଦାର ଗୁଳିକାଣ୍ଡ ଘଟଣା, ୪ ଗିରଫ

କାମାକ୍ଷାନଗର: କାମାକ୍ଷାନଗର ଠିକାଦାର କାହ୍ନୁ ସାହୁଙ୍କୁ ଗୁଳିକାଣ୍ଡ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଢେ଼ଙ୍କାନାଳ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର। ଚାନ୍ଦା ଆଦାୟକୁ ନେଇ ଗଣ୍ଡଗୋଳ ହୋଇଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ସୂଚନା ମୂତାବକ ଗତ ୧୪ ତାରିଖ ରାତି ପ୍ରାୟ ୧୧ଟା ସମୟରେ କାହ୍ନୁ ନିଜ କାରରେ ଘର ନିକଟରେ ଫୋନରେ କଥା ହେଉଥିବା ବେଳେ ୩ ଜଣ ଦୂର୍ବୁତ୍ତ ଏକ ବାଇକରେ ଆସି ୨ ରାଉଣ୍ଡ ଗୁଳି ଚଳାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ପୁଲିସ ଏହି ଘଟଣାକୁରେ ୨ଟି ଟିମ ଗଠନ କରି ଆସାମୀ ମାନଙ୍କୁ ଗିରଫ ପାଇଁ ଉଦ୍ୟମ କରିଥିଲେ। ତେବେ ଘଟଣାରେ ସଂପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ଫେରାର ଥିବା କହିଛନ୍ତି ଏସପି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୪ଟି ଜିବନ୍ତ ଗୁଳି ଓ ୪ଟି ମୋବାଇଲ ଜବତ ହୋଇଛି। ଗିରଫ ମାନେ ହେଲେ ସୁବାସ ଖୁଣ୍ଟିଆ, ସୁଭ୍ରାସୁଂ ନାଏକ, ଲିପୁନ ରାଉତ, ଅନିଲ କୁମାର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କାହ୍ନୁଙ୍କ ଜଙ୍ଘ ଓ ହାତରେ ୨ଟି ଗୁଳି ବାଜିଥିଲା। ତେବେ ଏହାର ପୂର୍ବରୁ କାହ୍ନୁ ସାହୁଙ୍କ ଘର ଆଗରେ ଗାଡି ଉପରକୁ ବୋମା ମାଡ ଓ ଢେଙ୍କାନାଳ ପୂର୍ତ୍ତ ବିଭାଗ ଅଫିସ ସମୁଖରୁ ଗୁଳି ଫୁଟାଇ ଅପହରଣ ପାଇଁ ଉଦ୍ୟମ ମଧ୍ୟ କରାଯାଇଥିଲା। ତେବେ ଏହି ସମସ୍ତ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ସଂପୃକ୍ତ ଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories