www.samajalive.in
Sunday, December 14, 2025
26.1 C
Bhubaneswar

ତାତିରୁ ତ୍ରାହି, ଚାଷୀ ତତ୍ପର

ତିଗିରିଆ: ପ୍ରାକ୍ ମୌସୁମୀ ପ୍ରଭାବରେ ଗୁରୁବାର ଠାରୁ ତିଗିରିଆ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ଅସହ୍ୟ ଗୁଳୁଗୁଳି ଓ ତାତିରୁ ଲୋକଙ୍କୁ ନିସ୍ତାର ମିଳିଛି। ବୁଧବାର ଅପରାହ୍ନରୁ ମୌସୁମୀ ଉପନୀତ ହେବାର ଆଭାସ ମିଳିଥିଲା।

ଆଜି ଦିନ ଦ୍ୱିପ୍ରହର ଠାରୁ ଝିପି ବର୍ଷା ଲାଗି ରହିଛି। ବିଳମ୍ବ ହେଲେ ବି ମୌସୁମୀ ସମଗ୍ର ଅଞ୍ଚଳ ପାଇଁ ଆଶ୍ଵସ୍ଥି ଆଣିଦେଇଛି। ଅପରପକ୍ଷେ ବର୍ଷାକୁ ଅପେକ୍ଷା କରି ରହିଥିବା ଚାଷୀକୂଳ ଆଶ୍ୱସ୍ଥ ହୋଇଛି। ଅଞ୍ଚଳରେ ଖୁବ୍ କମ୍ ସଂଖ୍ୟକ ଚାଷୀ ବର୍ଷା ଆଗମନକୁ ଦୃଷ୍ଟିରେ ରଖି କ୍ଷେତରେ ଧାନ ବୁଣିଥିବା ବେଳେ ଏବେ ସମଗ୍ର ଚାଷୀ କୂଳ ଧାନ ବୁଣା ପାଇଁ ନିଜକୁ ପ୍ରସ୍ତୁତ କରୁଛି। ସ୍ଥାନୀୟ କୃଷି ବିଭାଗର ଆକଳନ ମୁତାବକ ପ୍ରତିବର୍ଷ ଜୁନ ମାସ ଶେଷ ସୁଦ୍ଧା ଧାନ ବୁଣା କାର୍ଯ୍ୟ ସରିଥାଏ। ମୌସୁମୀ ବିଳମ୍ବିତ ହୋଇଥିଲେ ମଧ୍ୟ ଧାନ ପାଣିପାଗ ସ୍ଵାଭାବିକ ରହିଲେ ଚଳିତ ବର୍ଷ ମଧ୍ୟ ଧାନ ବୁଣା କାର୍ଯ୍ୟ ଜୁନ ଶେଷ ସୁଦ୍ଧା ସରିଯିବ କିମ୍ବା ଆଉ ଗୋଟିଏ ସପ୍ତାହ ଅତିକ୍ରମ କରିଯିବା ଆଶା କରାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories