www.samajalive.in
Tuesday, December 9, 2025
26.1 C
Bhubaneswar

ଗୁପ୍ତଚର ସାଜି ହତ୍ୟା ରହସ୍ୟ ଘେରରେ ଫସିଛନ୍ତି ବିଦ୍ୟା; ରିଲିଜ୍‌ ହେଲା ‘ନିୟତ’ର ଟ୍ରେଲର

ଭୁବନେଶ୍ବର: ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲନ ହତ୍ୟା ରହସ୍ୟ ଉପରେ ଆଧାରିତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ନିୟତ’ ସହ ବଡ଼ ପରଦାକୁ ଫେରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିଦ୍ୟା ଜଣେ ଗୁପ୍ତଚର ସାଜି ପରଦାକୁ ଫେରିବେ। ‘ନିୟତ’ର ଟ୍ରେଲର ଗୁରୁବାର ରିଲିଜ୍‌ ହୋଇଛି। ଟ୍ରେଲରରେ ବିଦ୍ୟା ନିଜ ଗୁପ୍ତଚର ଚରିତ୍ର ଜରିଆରେ ପ୍ରଶଂସକଙ୍କୁ ପ୍ରଭାବିତ କରିଛନ୍ତି। ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।

- Advertisement -

ବିଦ୍ୟା ବାଲନ ‘ନିୟତ’ର ଟ୍ରେଲର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ଏକ ହତ୍ୟା ରହସ୍ୟ ମଧ୍ୟରେ ଫସି ରହିଛି, ଯେଉଁଥିରେ ଅନେକ ଚରିତ୍ର ସନ୍ଦେହ ଘେରକୁ ଆସୁଛନ୍ତି। କିନ୍ତୁ ପ୍ରକୃତ ହତ୍ୟାକାରୀକୁ ଖୋଜିବା ହେଉଛି ବଦ୍ୟାଙ୍କ କାମ। ଟ୍ରେଲରରେ ବିଦ୍ୟାଙ୍କ ପରିବର୍ତ୍ତିତ ଲୁକ୍‌ ଦେଖିବାକୁ ମିଳିଛି, ଯାହା ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଫିଲ୍ମରେ ମୀରା ନାମ୍ନୀ ଗୁପ୍ତଚର ଚରିତ୍ରରେ ଅଭିନୟ କରିଛନ୍ତି ବିଦ୍ୟା।

 

View this post on Instagram

 

A post shared by Vidya Balan (@balanvidya)


‘ନିୟତ’ରେ ବିଦ୍ୟା ବାଲନଙ୍କ ବ୍ୟତୀତ ନୀରଜ କାବୀ, ରାମ କପୁର, ଶହାନା ଗୋସ୍ବାମୀ, ଶଶାଙ୍କ ଅରୋରା, ଅମୃତା ପୁରୀ, ମୀତା ବଶିଷ୍ଠ ଓ ପ୍ରାଜକ୍ତା କୋଲୀ ପ୍ରମୁଖ କଳାକାର ନଜର ଆସିବେ। ଚଳିତ ବର୍ଷ ଜୁଲାଇ ୭ ତାରିଖରେ ପ୍ରେକ୍ଷାଳୟକୁ ଆସିବ ଏହି ଚଳଚ୍ଚିତ୍ର।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories