www.samajalive.in
Monday, December 15, 2025
17.1 C
Bhubaneswar

ଛତିଶଗଡ଼ ବିଧାନସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ମତଦାନ ଆଜି

ରାୟପୁର : ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ରାଜ୍ୟର ୮ଟି ମାଓ ପ୍ରଭାବିତ ଜିଲ୍ଲାର ୧୮ଟି ନିର୍ବାଚନ ମଣ୍ଡଳୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ବିଏସଏଫ, ସିଆରପିଏଫ, ଆଇଟିବିପି ସମେତ ଏକଲକ୍ଷ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ବାୟୁସେନା ଏବଂ ବିଏସଏଫ ହେଲିକପ୍ଟରକୁ ମଧ୍ୟ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ମୁକ୍ତ, ଅବାଧ ଓ ଶାନ୍ତିପୁର୍ଣ୍ଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
୧୮ଟି ନିର୍ବାଚନ ମଣ୍ଡଳୀରେ ୧୮ ଲକ୍ଷ ମହିଳା ଭୋଟରଙ୍କ ସମେତ ମୋଟ ୩୧ ଲକ୍ଷ ୮୦ ହଜାରରୁ ଅଧିକ ଭୋଟର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ୧୦ଟି ମାଓ ପ୍ରଭାବିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ରୁ ଦିନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ଅନ୍ୟ ନିର୍ବାଚନ ମଣ୍ଡଳୀରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ କରାଯିବ। ମୋଟ ୧୯୦ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅବତିର୍ଣ୍ଣ ହୋଇଛନ୍ତି। ପ୍ରାୟ ସମସ୍ତ ଆସନରେ ବହୁମୂଖୀ ପ୍ରତିଦ୍ୱନ୍ଦିତା ହେଉଛି।
ରାଜ୍ୟର ଏହି ୮ଟି ମାଓ ପ୍ରଭାବିତ ଜିଲ୍ଲାରେ ମତଦାନ ହାର ବୃଦ୍ଧିପାଇଁ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମହିଳା ଭୋଟରମାନେ ସୁରୁଖୁରୁରେ ଭୋଟ ଦେବାପାଇଁ ନିର୍ବାଚନ କମିଶନ ବିଭିନ୍ନ ନିର୍ବାଚନ ମଣ୍ଡଳିରେ ସଙ୍ଗୱାରୀ ମତଦାନ କେନ୍ଦ୍ର ସ୍ଥାପନ କରିଛନ୍ତି। ତେବେ ରାଜ୍ୟର ଶତକଡ଼ା ୬୦ ଭାଗ ଭୋଟରଙ୍କ ବୟସ ୧୮ରୁ ୩୯ ବର୍ଷ ମଧ୍ୟରେ ରହିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁବ୍ରତ ସାହୁ କହିଛନ୍ତି, ଏହି ଭୋଟରମାନଙ୍କୁ ଭୋଟ ଦେବାପାଇଁ ପ୍ରେତ୍ସାହିତ କରିବାକୁ ପ୍ରତ୍ୟେକ ଭୋଟଗ୍ରହଣ କେନ୍ଦ୍ରରେ ଭୋଟର୍‍ ସେଲଫି ଜୋନ୍‍ ରହିଛି।
ରାଜ୍ୟର ଅବଶିଷ୍ଟ ୭୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତମାସ ୨୦ ତାରିଖରେ ଭୋଟଗହଣ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories