ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ କଳିଆପଡାର ପୋଖରୀକୁ ଗାଧୋଇବାକୁ ଯାଇଥିବା ରାଜକୁମାରୀ ଓରାମ(୫୫) ନାମକ ଜନୈକ ମହିଲା ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି।

prayash

ଆଜି ରାଜକୁମାରୀ ଓରାମ ଗାଧୋଇବାକୁ ଗାଁ ପୋଖରୀକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ଓ ଗାଁ ଲୋକେ ତାଙ୍କୁ ଖୋଜିବାକୁ ପୋଖରୀକୁ ଯାଇ ପୋଖରୀ ଭିତରୁ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ରାଜକୁମାରୀଙ୍କୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ରେଙ୍ଗାଲି ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି। ଆସନ୍ତାକାଲି ରାଜକୁମାରୀ ଓରାମଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ରେଙ୍ଗାଲି ଆଇଆଇସି ଆନ୍ନା ମିଞ୍ଜ କହିଛନ୍ତି।

kalyan agarbati

Comments are closed.