‘ଗ୍ଲୋବାଲ ଏଜୁକେସନ ଏକ୍ସପୋ ଆଣ୍ଡ କନକ୍ଲେଭ’ ଉଦଯାପିତ

ଭୁବନେଶ୍ବର: ଆଫାୟାର୍ସ ଏବଂ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ମିଳିତ ଆନୁକୁଲ୍ୟରେ ସ୍ବସ୍ତି ପ୍ରିମିୟମରେ ଚାଲିଥିବା ଦୁଇ ଦିନିଆ ଆଇସିସି ଗ୍ଲୋବାଲ୍ ଏଜୁକେସନ୍ ଏକ୍ସପୋ ଆଣ୍ଡ କନକ୍ଲେଭ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଅତିଥି ଭାବେ ସାଂସଦ ଅମର ପଟ୍ଟନାୟକ, ଶିକ୍ଷିବିତ୍ ଡ.ବଦ୍ରି ନାରାୟଣ ପଟ୍ଟନାୟକ ଯୋଗଦେଇଥିଲେ।

prayash

ଏହି କନକ୍ଲେଭରେ ଛାତ୍ରଛାତ୍ରୀମାନେ ସିଧାସଳଖ ସଂଯୋଗ ହୋଇଥିଲେ। ସେମାନେ ଅନନ୍ୟ ଶୈକ୍ଷିକ ସୁଯୋଗ ପ୍ରଦର୍ଶନ ଏବଂ ଅନୁଷ୍ଠାନଗୁଡିକ ପାଇଁ ଏକ ବ୍ୟାପକ ପ୍ଲାଟଫର୍ମ ପ୍ରଦାନ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଥିଲା। ଏଥିରେ ୩୬ଟି ଷ୍ଟଲ ରହିଥିବା ବେଳେ ପ୍ରମୁଖ ଷ୍ଟଲ ମଧ୍ୟରେ ଏନସିସି, ଗତି, ଇଣ୍ଡିଆନ କମ୍ପାନୀ ସେକ୍ରେଟେରିସ ସହ ବହୁ ବିଦେଶୀ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ଷ୍ଟଲ ବୁଲି ବିଭିନ୍ନ ପ୍ରକାର ଶିକ୍ଷଣୀୟ କଥା ଜାଣିବାକୁ ପାଇଥିଲେ। ଏହି ସମ୍ମିଳନୀରେ ଛାତ୍ରଛାତ୍ରୀମାନେ ପ୍ରଦାନ କରୁଥିବା ଏକାଡେମିକ୍ କାର୍ଯ୍ୟକ୍ରମ ଏବଂ ସୁବିଧା ବିଷୟରେ ସଚେତନତା ସୃଷ୍ଟି କରିବାର ସୁଯୋଗ ପାଇଥିଲେ। ଆଡମିଶନ ପାଇଁ ଲିଡ୍ ସୃଷ୍ଟି ପାଇଁ ଏହା ଏକ ଉତ୍କୃଷ୍ଟ ସୁଯୋଗ ଆଣିଥିଲା।

ଛାତ୍ରମାନଙ୍କ ସହ ଯୋଡିହୋଇ ଆଲୋଚନାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ଆଇସିସି ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ.ବି .ପାଣି, ପରିଷଦର ଉପାଧ୍ୟକ୍ଷ ରାଜୀବ ସାହୁ, ଡେପୁଟି ଡାଇରେକ୍ଟର ତଥା ଆଞ୍ଚଳିକ ମୁଖ୍ୟ ଜ୍ୟୋତିପ୍ରକାଶ ପାଲ, ଆଇସିସି କୌଶଳ ଓ ଶିକ୍ଷା କମିଟି ଆବାହକା ଡ. ଚିଦାତ୍ମିକା ଖଟୁଆ ଓ ସହ ଆବାହିକା ସିକତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା।

kalyan agarbati

Comments are closed.