ଆପଣମାନଙ୍କ ଅର୍ଥରେ ହିଁ ଆପଣଙ୍କର ବିକାଶ ହୋଇପାରିବ: ୫-ଟି ସଚିବ

ଜି ଉଦୟଗିରି: ଆଜି ୫-ଟି ସଚିବ ଭି.କେ.ପାଣ୍ଡିଆନ ଜି ଉଦୟଗିରି ଷ୍ଟାଡିୟମ୍ ପହଞ୍ଚିବା ପରେ ସେଠାରୁ କଲିଙ୍ଗ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଆୟୋଜିତ ସଭାରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଆପଣମାନଙ୍କ ଅର୍ଥରେ ହିଁ ଆପଣଙ୍କର ବିକାଶ ହୋଇପାରିବ। ତେଣୁ ଆପଣଙ୍କର ସହଯୋଗର ଆବଶ୍ୟକତା ରହିଛି। ପ୍ରଥମ ପର୍ଯ୍ୟାୟରେ ଆମେ ଆପଣ ମାନଙ୍କୁ ଦେଇଥିବା ଅର୍ଥରାଶିର ସୁବିନିଯୋଗ କଲେ ଖୁବ୍ ଶୀଘ୍ର ଦ୍ବିତୀୟ ଓ ତୃତୀୟ କିସ୍ତି ଦେବାପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ସ୍ବୟଂ ସହାୟକ ଗୋଷ୍ଠୀ କିପରି ସ୍ୱାମ୍ବଲମ୍ବି ହୋଇପାରିବେ ସେଡିଗରେ ମତବ୍ୟକ୍ତ କରିଥିଲେ। ବିଜୁ ସ୍ବାସ୍ଥ୍ୟ କାର୍ଡରେ ମହିଳାଙ୍କୁ ଦଶଲକ୍ଷ, ପୁରୁଷଙ୍କ ପାଇଁ ପାଞ୍ଚଲକ୍ଷ ଓ ଚାଷୀଙ୍କୁ ବିନା ସୁଧରେ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ ଆଦି ସଂପର୍କରେ ଅବଗତ କରାଇଥିଲେ।

prayash

ପୂର୍ବରୁ ବହୁ ଅଭିଯୋଗ ଯଥା ପାନୀୟ ଜଳ ସମସ୍ୟା, ମନ୍ଦିର ଉନ୍ନତି କରଣ, ଗୀର୍ଜା ଗୃହର ଉନ୍ନତି କରଣ , ଉପଖଣ୍ଡ ମାନ୍ୟତା ପ୍ରଦାନ, ସିରିକି ପାର୍କର ଉନ୍ନତି ଓ ମୁକୁଲିଙ୍ଗା ହିଲ୍ ପାହାଡ଼ର ଉନ୍ନତି କରଣ ଭଳି ବିଭିନ୍ନ ପ୍ରକାର ଦାବି ଉପସ୍ଥାପନ କରାଯାଇଥିଲା। ସେଥିରୁ ଅଗ୍ରାଧିକାର ଭିତ୍ତିରେ ପାନୀୟ ଜଳ ସମସ୍ୟା ଦୀଗରେ ଗୁରୁତ୍ବ ଦିଆଯିବା ନେଇ ମତବ୍ୟକ୍ତ କରିଥିଲେ। ୫-ଟି ସଚିବଙ୍କ ଗସ୍ତରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ।

kalyan agarbati

Comments are closed.