www.samajalive.in
Monday, December 15, 2025
27.1 C
Bhubaneswar

ଆଦିବାସୀ ବହୁଳ ଗୋଡିବାରୀ ଗାଁରେ ନିଆରା ରଜ ମହୋତ୍ସବ

ଭୁବନେଶ୍ୱର: ପୁରପଲ୍ଲୀ ସବୁଠି ପରମ୍ପରା ମଣ୍ଡିତ ରଜ ମହୋତ୍ସବ। ରଜସ୍ୱଳା, ପ୍ରକୃତିର ଅନବଦ୍ୟ ସୃଷ୍ଟି ସଂରଚନାର ସଂକେତ। ପ୍ରକୃତି ସ୍ଵରୂପିଣୀ ନାରୀ ସମ୍ମାନରେ ଆୟୋଜିତ ହୋଇଥାଏ ଏହି ଗଣପର୍ବ। ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଦିବାସୀ ବହୁଳ ଗୋଡିବାରି ଗାଁ ବାଦ୍ ପଡିନି ଏଥିରୁ। ଏହି ଗାଁଟିରେ ପ୍ରାୟ ୩୫୦ ପରିବାର ବସବାସ କରନ୍ତି। ମହିଳା ସଶକ୍ତିକରଣର ବାର୍ତ୍ତା ତଥା ପ୍ରତିଭା ଅନ୍ଵେଷଣ ଦିଗରେ ଏକ ମହତ୍ତର ପ୍ରଚେଷ୍ଟା ସ୍ୱରୂପ ‘ଆଇନା’ ଏବଂ ‘ୱିପ୍ରୋ’ ର ମିଳିତ ଆନୁକୂଲ୍ୟରେ ଏହି ଗାଁରେ ବିଶେଷ ଭାବେ ଆୟୋଜିତ ହୋଇଯାଇଛି ରଜ ପର୍ବ । ଗାଁର ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଉକ୍ତ ଆୟୋଜନର ମୁଖ୍ୟ ଲକ୍ଷ୍ୟ ଥିଲା।

ତିନି ଦିନ ବ୍ୟାପୀ ଆୟୋଜିତ ଏହି ରଜ ମହୋତ୍ସବ ଅବସରରେ ଏଠାରେ ପାରମ୍ପରିକ ପୋଡ଼ପିଠା, ବିଭିନ୍ନ ପ୍ରକାରର ସୁସଜ୍ଜିତ ରଜ ଦୋଳି, ରଜଗୀତ, ଖେଳକୁଦ ଠାରୁ ଆରମ୍ଭ କରି ବିଭିନ୍ନ ବୌଦ୍ଧିକ ଏବଂ ନୃତ୍ୟ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଦର୍ଶନ ଆଧାରରେ ରଜ କ୍ୱିନ୍ ମନୋନୟନ କରାଯାଇଥିଲା। ଏଥିରେ ଉକ୍ତ ଗାଁର ଝିଅ, ବୋହୁ ସହ ପ୍ରତ୍ୟେକ ବର୍ଗର ମହିଳାମାନେ ଅଂଶଗ୍ରହଣ କରିଥିଲେ। ଗ୍ରାମର ଏହି ଝିଅ, ବୋହୁମାନଙ୍କର ପ୍ରତିଭା ପ୍ରଦର୍ଶନ ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ପର୍ୟ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତି, ଉପଦେଷ୍ଟା ପ୍ରଦ୍ୟୁମ୍ନ ରଥ ଓ ରିମା ମିଶ୍ର ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ରଜ ମହୋତ୍ସବ ଆୟୋଜନର ସାଂସ୍କୃତିକ ଐତିହ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories