www.samajalive.in
Saturday, December 13, 2025
17.1 C
Bhubaneswar

ଘୁର୍ଣ୍ଣିବାତ୍ୟା ବିପର୍ଯୟ ପୀଡ଼ିତଙ୍କୁ ଭେଟିଲେ ଅମିତ ଶାହା

ଡେସ୍କ: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଗୁଜୁରାଟ ଠାରେ ଘୁର୍ଣ୍ଣିବାତ୍ୟା ବିପର୍ଯ୍ୟୟରେ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୀଡିତମାନଙ୍କୁ ଭେଟିଛନ୍ତି। ଗୁଜୁରାଟର କଛ ଜିଲ୍ଲା ଅନ୍ତର୍ଗତ ମାଣ୍ଡବୀ ହସ୍ପିଟାଲ ଯାଇ ଶ୍ରୀ ଶାହା ପୀଡିତ ମାନଙ୍କ ସହ କଥା ହୋଇଥିଲେ ଏବଂ ଡାକ୍ତରମାନଙ୍କ ସହ ଚିଲିଟସ ବାବଦରେ ଆଲୋଚନା କରିଥିଲେ। ଏହି ଗସ୍ତ କାଳରେ ସେ ଏନଡିଆରଏଫ ଓ ଏସଡିଆରଏଫ ଯବାନମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ତେବେ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶାହା କହିଛନ୍ତି ଯେ ଆଜି କଛ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଇବ୍ରିଡ଼ ମୋଡ଼ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ଏହି ସମୀକ୍ଷା ବୈଠକରେ ଗୁଜୁରାଟ ସରକାରଙ୍କ ସମସ୍ତ ମନ୍ତ୍ରୀ, ସାଂସଦ, ବରିଷ୍ଠ ପଦାଧିକାରୀ, ଉଦ୍ଧାରକାରୀ ସଂଗଠନ ମୁଖ୍ୟ ଯୋଗ ଦେଇଥିଲେ। ଶ୍ରୀ ଶାହା କହିଛନ୍ତି, ବାତ୍ୟା ବିପର୍ଯୟର ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ, ଗୁଜୁରାଟ ମୁଖ୍ୟମନ୍ତ୍ରୀ, ଜନପ୍ରତିନିଧି ଓ ସାଧାରଣ ଲୋକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଓ ସମସ୍ତଙ୍କ ମିଳିତ ପ୍ରୟାସ ଯୋଗୁ କ୍ଷତି ପରିମାଣ ହ୍ରାସ ପାଇଛି। ଏ ପର୍ଯ୍ୟନ୍ତ ୩୪୦୦ଟି ଗ୍ରାମ ମଧ୍ୟରୁ ୧୬୦୦ଟିରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ସୁଦ୍ଧା ବଳକା ୧୮୦୦ଟି ଗ୍ରାମକୁ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories