www.samajalive.in
Monday, December 8, 2025
14.1 C
Bhubaneswar

ପ୍ରାକ-ଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ଆଇନ ପରାମର୍ଶଦାତା କମିଟି ବୈଠକ

ମାଲକାନଗିରି : କନ୍ୟା ସନ୍ତାନ ଅମୂଲ୍ୟ ରତ୍ନ, କନ୍ୟା ସନ୍ତାନର ଯତ୍ନ ନିଅନ୍ତୁ, ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଏବିଷୟକୁ ନେଇ ଲିଙ୍ଗ ନିରୁପଣ ନିଷିଦ୍ଧ ଆଇନ ୧୯୯୪ ଅନ୍ତର୍ଗତ ଜିଲା ପରାମର୍ଶଦାତା ଓ ଟାସ୍କ ଫୋର୍ସ ବୈଠକ ଅନଷ୍ଠିତ ହୋଇଯାଇଛି। ଏଥିରେ ଭ୍ରୁଣ ଚୟନ ଓ ନିରୁପଣ କଲେ ଆଇନ ଅନୁଯାୟୀ ୫ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି।
ଜିଲାରେ ଥିବା ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକଗୁଡ଼ିକରେ ପିଏନଡିଟି ଆଇନକୁ କଡ଼ାକଡ଼ି ପାଳନ କରିବା ନିମନ୍ତେ ଆଜି ଜିଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ବ୍ଲଡ ବ୍ୟାଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାରେ କନ୍ୟା ଭ୍ରୁଣ ହତ୍ୟାକୁ ନିୟନ୍ତ୍ରଣ କରିବା ନିମନ୍ତେ ଶିଶୁ କନ୍ୟାମାନଙ୍କର ଗୁରୁତ୍ୱକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଜିଲ୍ଲାପାଳ ଗୁରୁତ୍ଵାରୋପ କରିଥିଲେ। ସୂଚନା ଅନୁସାରେ ଜିଲ୍ଲାରେ ବର୍ତ୍ତମାନ ୫ ପଞ୍ଜୀକୃତ ଅଲଟ୍ରାସାଉଣ୍ଡ ରହିଛି। ଆସିଥିବା ୨ ଟି ନୂତନ ଆବେଦନକୁ ବୈଠକରେ ଉପସ୍ଥାପନ କରାଯାଇଥିଲା।

ଅଲଟ୍ରାସାଉଣ୍ଡ କେନ୍ଦ୍ର ଗୁଡିକ ଉପରେ ତୀକ୍ଷ୍ମ ନଜର ରଖିବା ସହ ଆବଶ୍ୟକୀୟ କାଗଜପତ୍ର ରଖୁନଥିବା କିମ୍ବା ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସଚେତନତାକୁ ଗୁରୁତ୍ଵ ଦେଇ କିଭଳି ତୃଣମୂଳସ୍ତରରେ ଲୋକ ସଚେତନ ହୋଇପାରିବେ ସେଥି ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

- Advertisement -

ଭ୍ରୁଣ ଚୟନ ଓ ନିରୂପଣ ଦଣ୍ଡନୀୟ ଅପରାଧ। ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯାହା ଭବିଷ୍ୟତରେ ସାମାଜିକ ବିଷମତା ଓ ବିଭ୍ରାଟ ସୃଷ୍ଟି କରିପାରେ। ଏଣୁ ଭ୍ରୁଣ ଚୟନ ଓ ନିରୂପଣ କାର୍ୟ୍ୟରୁ ନିବୃତ ରହିବାକୁ କୁହାଯାଇଛି। ଯଦି କୌଣସି ଅଲଟ୍ରାସାଉଣ୍ଡ କ୍ଲିନିକ୍ ରେ ଭ୍ରୁଣ ନିରୂପଣ କରାଯାଉଥିବାର ସୂଚନା ମିଳେ, ତେବେ ତୁରନ୍ତ ପ୍ରଶାସନକୁ ଅବଗତ କରାଇବା ପାଇଁ କୁହାଯାଇଛି। ଏଥି ନିମନ୍ତେ ସୂଚନା ପ୍ରଦାନକାରୀଙ୍କୁ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।
ପ୍ରତ୍ୟେକ ମାସରେ ଅତର୍କିତ ଚଢ଼ାଉ କରିବାକୁ ଜିଲାପାଳ କମିଟିର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଶା ଓ ଅଙ୍ଗନୱାଡି କର୍ମୀମାନେ ଶତ ପ୍ରତିଶତ ପ୍ରାଥମିକ ଅବସ୍ଥାରେ ଗର୍ଭ ପଞ୍ଜିକରଣ ନିମନ୍ତେ ପ୍ରବର୍ତ୍ତାଇବାକୁ ପରାମର୍ଶ ଦିଆଯାଇଛି।

ଏହି ବୈଠକରେ ଅତିରିକ୍ତ ଜିଲାପାଳ, ତ୍ରିନାଥ ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ପ୍ରଫୁଲ୍ଲ କୁମାର ନନ୍ଦ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ଡା ଏ.ମହାରଣା, ଏସ.କେ ମିଶ୍ର, ରଞ୍ଜନ ସ୍ବାଇଁ, ଜୟନ୍ତୀ ବୁରୁଦା ଏବଂ ସଂଯୁକ୍ତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories