‘ନିଟ’ ପରୀକ୍ଷାରେ ରାଜ୍ୟରେ ତୃତୀୟ ନୀଳଗିରିର ଅଭୀପ୍ସା
ବାଲେଶ୍ବର: ମଙ୍ଗଳବାର ସନ୍ଧ୍ୟାରେ ‘ନିଟ୍’ ପରୀକ୍ଷା ପ୍ରକାଶ ପାଇଥିବା ବେଳେ ବାଲେଶ୍ବର ଜିଲା, ନୀଳଗିରି ଅଞ୍ଚଳର ଅଭିପ୍ସା ଚୌଧୁରୀ ରାଜ୍ୟରେ ତୃତୀୟ ସ୍ଥାନ ଓ ସର୍ବଭାରତୀୟ ସ୍ତରରେ ୬୩ତମ ସ୍ଥାନରେ ରହିଛନ୍ତି। ମୋଟ ନମ୍ବର ୭୨୦ରୁ ସେ ୭୧୦ ନମ୍ବର ରଖି ଏହି ସଫଳତା ପାଇଛନ୍ତି। ତାଙ୍କ ଘର ନୀଳଗିରି ହାଟସାହି ଅଞ୍ଚଳରେ। ବାପା ମାନସ ଚୌଧୁରୀ ଏବିଡ଼ିଓ ଭାବେ କାର୍ଯ୍ୟରତ ଥିବାବେଳେ ମାଆ ପ୍ରଣତୀ ଚୌଧୁରୀ ସ୍କୁଲ ଶିକ୍ଷୟିତ୍ରୀ। ପିଲାବେଳୁ ବେଶ ମେଧାବୀ ଥିବା ଅଭିପ୍ସାଙ୍କର ସ୍କୁଲ ଜୀବନ ବାଲେଶ୍ବର ମଡର୍ଣ୍ଣ ପବ୍ଲିକ ସ୍କୁଲରେ କଟିଥିଲା। ଆକାଶ କୋଚିଂ ସେଣ୍ଟର ପକ୍ଷରୁ ହୋଇଥିବା ପରୀକ୍ଷାରେ ସେ ଭଲ ନମ୍ବର ରଖିବା ସହିତ ସ୍କଲାରସିପରେ ସେଠାରେ କୋଚିଂ ନେଇଥିଲେ। ସାଇ ଇଣ୍ଟରନେସନାଲ ସ୍କୁଲରେ ଯୁକ୍ତ ଦୁଇ ପାଠ ପଢ଼ା ସହିତ ‘ଆକାଶ’ରେ କୋଚିଂ ନେଇ ବେଶ୍ ପରିଶ୍ରମ କରିଥିଲେ। ଯୁକ୍ତ ଦୁଇରେ ୯୫ ପ୍ରତିଶତ ନମ୍ବର ରଖିଥିଲେ। ‘ନିଟ’ ପରୀକ୍ଷାରେ ସଫଳତା ପାଇଁ ସେ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ, ବାପା ମାଆଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି।
Comments are closed.