www.samajalive.in
Sunday, December 7, 2025
18.1 C
Bhubaneswar

ତହସିଲଦାରଙ୍କ ହସ୍ତକ୍ଷେପ ପରେ କୋଟାଗାଁ ମଣ୍ଡିର ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

କଲମପୁର: ପାଣିପାଗ ବିଭାଗର ଆକଳନ ଅନୁସାରେ ଅଳ୍ପ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ। ଭିଜିବ ସମଗ୍ର ଓଡ଼ିଶା। କିନ୍ତୁ ନିଜ ନିଜ ଧାନ ବିକ୍ରି କରିବା ନେଇ ଏବେ କୋଟାଗାଁ ମଣ୍ଡିର ଚାଷୀ ଚିନ୍ତାରେ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଧୁରୁନି କୋଟାଗାଁ ଧାନ ମଣ୍ଡିର ଅବସ୍ଥା। ଖୋଲା ଆକାଶ ତଳେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡ଼ି ରହିଛି। ଏହି ମଣ୍ଡିରୁ ଧାନ ଉଠାଣରେ ଅନିୟମିତତା ହେଉଥିବା ଅଭିଯୋଗ କରି ଜିତେନ୍ଦ୍ର ନାରାୟଣ ବେହେରା, ଭଗବାନ ବିହାରୀ, ଖଗେଶ୍ୱର ନାଏକ ବିଭିଷଣ ପାନ, ରଜନୀକାନ୍ତ ଛତିରା, ଯଶୋବନ୍ତ ମାଝୀ, ତ୍ରିନାଥ କାଣ୍ଡ ପ୍ରମୁଖ ଚାଷୀଙ୍କ ନେତୃତ୍ୱରେ ବହୁ ଚାଷୀ ସୋମବାର ରାତି ୮ଟାରୁ ରାସ୍ତା ଅବରୋଧ କରିବା ସହ ଧାନ ବୋଝେଇ ଟ୍ରକ ସବୁକୁ ଅଟକ ରଖିଥିଲେ। ମଙ୍ଗଳବାର ଦିନ ସାଢେ ୧୧ଟା ବେଳେ କଲମପୁର ତହସିଲଦାର ରୁଦ୍ରମୋହନ ନାୟକଙ୍କ ଉପସ୍ଥିତିରେ ଚାଷୀ, ମଣ୍ଡି ପରିଚାଳନା ଦାୟିତ୍ୱରେ ଥିବା କୋଟାଗାଁ ମା’ ମଙ୍ଗଳା ମହିଳା ଗୋଷ୍ଠୀର ସଦସ୍ୟା ଏବଂ ମିଲର୍ସ ଏଜେଣ୍ଟମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହେଇଥିଲା। ମଣ୍ଡିରେ ୧୦ ହଜାର କ୍ୱିଣ୍ଟାଲରୁ ଅଧିକ ଧାନ ପଡ଼ି ରହିଛି। କିନ୍ତୁ ମିଲର୍ସ ଏଜେଣ୍ଟ ମଣ୍ଡିରେ ଥିବା ଧାନକୁ ଗୁରୁତ୍ୱ ଦେବା ବଦଳରେ ବାହାରୁ ଧାନ ଉଠାଣ କରୁଛନ୍ତି। ମଣ୍ଡି ଚାଷୀଙ୍କୁ ଅଖା ବସ୍ତା ଯୋଗାଇ ଦିଆଯାଉନାହିଁ। ଏପରିକି ଭିନ୍ନକ୍ଷମ, ବୃଦ୍ଧ, ରୋଗୀ ଏବଂ ୨୦ରୁ ୫୦ କ୍ୱିଣ୍ଟାଲ ମଧ୍ୟରେ ଧାନ ବିକ୍ରି ପାଇଁ ୧୦ରୁ ୧୫ ଦିନ ଧରି ଜଗି ବସିଥିଲେ ମଧ୍ୟ ସେହି ନାମକୁ ମାତ୍ର ଚାଷୀଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ। ଏହାସହ ଧାନ କ୍ରୟ ଦାୟିତ୍ୱରେ ଥିବା ମହିଳା ଗୋଷ୍ଠୀ କେବଳ ନିରବ ଦର୍ଶକ ସାଜିଛନ୍ତି। ତେଣୁ ଏସମସ୍ତ ସମସ୍ୟାର ସମାଧାନ ଦାବି ନେଇ ରାସ୍ତା ଅବରୋଧ କରିଥିଲେ ଚାଷୀ। ମହିଳା ଗୋଷ୍ଠୀଙ୍କ ବଦଳରେ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନ କ୍ରୟ କରାଯିବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ମହିଳା ଗୋଷ୍ଠୀ ମଧ୍ୟ କେବଳ ମୋହରା ପାଲଟିଥିବା ସୂଚନା ଦେଇଛନ୍ତି। ମହିଳା ଗୋଷ୍ଠୀଙ୍କ ନିକଟରେ କୌଣସି ସାଧନ ଅଥବା ଭିତ୍ତିଭୂମି ନଥିବାରୁ ସେମାନେ ମଧ୍ୟ ମିଲର୍ସ ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି। ମିଲର୍ସ ଅଖା ବସ୍ତା ସିଧାସଳଖ ମହିଳା ଗୋଷ୍ଠୀଙ୍କ ନିକଟକୁ ପଠାଇଲେ କ୍ରମାନ୍ୱୟରେ ଚାଷୀଙ୍କୁ ଅଖାବସ୍ତା ଦିଆଯାଇ ଧାନ ଉଠାଣକୁ ତ୍ୱରାନ୍ୱିତ କରାଯିବ ବୋଲି ବୁଝାଇଥିଲେ। ଉଭୟ ପକ୍ଷଙ୍କ ଉତ୍ତର ପ୍ରତିଉତ୍ତର ଶୁଣିବା ପରେ ତହସିଲଦାର ଶ୍ରୀ ନାୟକ ତୁରନ୍ତ ମଣ୍ଡିରେ ପଡ଼ିଥିବା ଧାନର ପରିମାଣ ଚାଷୀଙ୍କ ତାଲିକା ପ୍ରସ୍ତୁତ କରି କ୍ରମାନ୍ୱୟରେ ଧାନ ଉଠାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଆସନ୍ତା ଖରିଫ ଚାଷ ସମୟରେ ମହିଳା ଗୋଷ୍ଠୀଙ୍କ ବଦଳ କରାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହାପରେ ଅସନ୍ତୁଷ୍ଟ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିବା ପରେ ମଣ୍ଡିରେ ଅଟକ ଥିବା ୫ଗୋଟି ଧାନ ବୋଝେଇ ଟ୍ରକ ମିଲ ପଏଣ୍ଟକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ଏହି ମଣ୍ଡିରୁ ଗତ ବର୍ଷ ପ୍ରାୟ ୩୦ ହଜାର କ୍ୱିଣ୍ଟାଲ ଧାନ ଖରିଦ କରାଯାଇଥିଲା। ଚଳିତ ବର୍ଷ ୩୮୦ ଜଣ ଚାଷୀ ନିଜ ନିଜ ଧାନ ବିକ୍ରୟ କରିବା ପାଇଁ ନାମ ପଞ୍ଜିକରଣ କରାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୬ ହଜାର କ୍ୱିଣ୍ଟାଲ ଧାନ ଉଠାଣ ପାଇଁ ଟାର୍ଗେଟ ଦିଆଯାଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ୧୦ ହଜାର କ୍ୱିଣ୍ଟାଲ ମଧ୍ୟରେ ଧାନ ଉଠାଣ କରାଯାଇଛି। ପୁଣି ପ୍ରାୟ ୨୦ ହଜାର କ୍ୱିଣ୍ଟାଲ ଧାନ ଉଠାଣ କେବେ ହେବ ସେ ନେଇ ଚାଷୀ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ତେଣୁ ତୁରନ୍ତ ଜିଲ୍ଲା ପ୍ରାସାଶନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories