www.samajalive.in
Saturday, December 6, 2025
26.1 C
Bhubaneswar

୧୦ ଦିନ ମଧ୍ୟ​‌ରେ ଆକ୍ସନ ପ୍ଲାନ୍‌ ପାଇଁ ନିର୍ଦେଶ

କଟକ : ସମ୍ବଲପୁର ନାକଟି​‌ଦେଉଳ ବନାଞ୍ଚଳରେ ବିଦ୍ୟୁତ୍‌‌ ସଂସ୍ପର୍ଶରେ ୩ ହାତୀ ମୃତ୍ୟୁ ହେବା ଘଟଣାରେ ହାଇକୋର୍ଟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ସିସିଏଫ)ଙ୍କୁ ବିଦ୍ୟୁତ୍‌‌ ବଣ୍ଟନ କମ୍ପାନୀ (ଡିସ‌କମ୍‌‌)ର ସିଇଓମାନଙ୍କୁ ନେଇ ଏକ ବୈଠକ କରିବାକୁ ନିର୍ଦେଶ ଦେଇଛନ୍ତି । ବିଦ୍ୟୁତ୍ ଆଘାତରେ ଭବିଷ୍ୟତରେ ଯେପରି କୌଣସି ହାତୀ ପ୍ରାଣ ନ ହରାନ୍ତି ଏବଂ ଜଙ୍ଗଲରେ ଯାଉଥିବା ବିଦ୍ୟୁତ୍‌‌ ଲାଇନ୍‌ କିପରି ସୁରକ୍ଷିତ ଭାବେ ଟଣାଯାଇ ପାରିବ ସେସବୁ ଦିଗରେ ଉକ୍ତ ବୈଠକରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ୧୦ଦିନ ମଧ୍ୟରେ ଏହି ବୈଠକ ଡକାଯାଇ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରାଯିବ। ଆସନ୍ତା ଡିସେମ୍ବର ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେହିଦିନ ଉକ୍ତ ବୈଠକ ସଂକ୍ରାନ୍ତରେ ସତ୍ୟପାଠ ଜରିଆରେ ଜଣାଇବାକୁ ହାଇକୋର୍ଟ ସିସିଏଫ୍‌‌ଙ୍କୁ ନିର୍ଦେଶ ଦେଇଛନ୍ତି। ସେହିପରି ବନ ବିଭାଗ ପକ୍ଷରୁ ଯେଉଁ ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ) ଗଠନ କରାଯାଇଛି ସେଥିରେ କେବଳ ବନ ବିଭାଗର ଅଧିକାରୀ ଏବଂ ପୁଲିସ‌ ଅଧିକାରୀମାନେ ରହିଛନ୍ତି। ଏହି ଜେଟିଏଫରେ ଡିସ‌କମ୍‌‌ର ସିଇଓମାନଙ୍କୁ ମଧ୍ୟ ରଖିବା ଲାଗି ପଦକ୍ଷେପ ନେବାକୁ ହାଇକୋର୍ଟ ବନ ବିଭାଗକୁ ନିର୍ଦେଶ େଦଇଛନ୍ତି। ହାତୀ ସୁରକ୍ଷା ନେଇ ନିଜ ଆଡୁ ରୁଜୁ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଏବଂ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି। ଶିକାରୀଙ୍କ ବିଦ୍ୟୁତ୍‌‌ ଫାଶରେ ପଡ଼ି ନାକଟିେଦଉଳ ଜଙ୍ଗଲରେ ତିନିଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଦୁଇଟି ମାଈ ହାତୀ ଥିଲାବେଳେ ଗୋଟିଏ ଛୁଆ ହାତୀ ରହିଥିଲେ। ଶିକାରୀମାନେ ବାରମ୍ବାର ହାତୀଙ୍କୁ ଏଭଳି ଶିକାର କରିଚାଲିଥିଲା ବେଳେ ବନ ବିଭାଗର ଭୂମିକା ସନ୍ଦେହ ଘେରକୁ ଚାଲିଆସିଥିଲା। ଏହି ଘଟଣା ଜଣାପଡ଼ିବା ପରେ ହାଇକୋର୍ଟ ନିଜଆଡ଼ୁ ମାମଲା ରୁଜୁ ପାଇଁ ନିର୍ଦେଶ ଦେଇଥିଲେ। ପୂର୍ବରୁ ହାତୀଙ୍କ ସୁରକ୍ଷାକୁ ନେଇ ଆଉ ଏକ ମାମଲା ହାଇକୋର୍ଟରେ ଚାଲି ଆସୁଥିଲାବେଳେ ଏହି ମାମଲା ପୂର୍ବ ମାମଲା ସହ ଟ୍ୟାଗ୍‌ କରାଯାଇଥିଲା। ଏହି ମାମଲାକୁ ଆଇନଜୀବୀ ଆଶିଷ କୁମାର ମିଶ୍ର ପରିଚାଳନା କରୁଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories