www.samajalive.in
Monday, December 15, 2025
16.1 C
Bhubaneswar

ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୁରଣ ଦାବିକଲେ ଗ୍ରାମବାସୀ

ବଡ଼ମ୍ବା  : ବେପରୁଆ ଟ୍ରକ ଚାଳନା ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜଣେ ଲୋକର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ହେଲେ ବଡ଼ମ୍ବା ବ୍ଲକ ଅଧିନସ୍ଥ ଅମାନ୍ତିଆ ଗ୍ରାମର ମେଘନାଦ ବେହେରା(୫୨) । ଘଟଣାରୁ ପ୍ରକାଶ ମେଘନାଦ ବଡ଼ମ୍ବା-ନରସିଂହପୁର ମୁଖ୍ୟ ସଡ଼କପଥର ବାମ ପାର୍ଶ୍ବରେ ସୋମବାର ମଧ୍ୟାହ୍ନରେ ସାଇକେଲ ଯୋଗେ ନିଜ ଘରକୁ ଯାଉଥିଲେ। ମାତ୍ର କିଛିବାଟ ଘର ଅଛି ଏହି ସମୟରେ ବିପରିତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ଭାରସାମ୍ୟ ହରାଇ ମେଘନାଦଙ୍କ ସାଇକେଲକୁ ପଛରୁ ଧକ୍କା ଦେଇଥିଲା । ଫଳରେ ମେଘନାଦ ଟ୍ରକର ବାମପାଖ ଆଗ ଚକତଳେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ମେଘନାଦଙ୍କ ମୁଣ୍ଡ ସମେତ ହାତ ତଥା ଶରିରର ବିଭିନ୍ନ ଅଙ୍ଗରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଗ୍ରାମବାସୀ ଉଦ୍ଧାର କରି ଆହତଙ୍କୁ ସଙ୍ଗେସଙ୍ଗେ ବଡ଼ମ୍ବା ଡାକ୍ତରଖାନାକୁ ଚିକିତ୍ସା ଲାଗି ପଠାଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିବା ସହ ମୃତକଙ୍କୁ କ୍ଷତିପୁରଣ ଦାବି କରିଥିଲେ । ଖବରପାଇ ବଡ଼ମ୍ବା ତହସିଲଦାର ନୀଳକଣ୍ଠ ବେହେରା, ଥାନା ଅଧିକାରୀ ସ୍ନିଗ୍ଧାମୟୀ ବରାଳ, ଜିଲାପରିଷଦ ସଭ୍ୟ ରବିନ୍ଦ୍ର କୁମାର ସାହୁ, ସ୍ଥାନୀୟ ସରପଞ୍ଚ ରୁନୁ ଦାସ, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଶାନ୍ତ କୁମାର ଜେନା ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଜନତାଙ୍କ ସହିତ ଆଲୋଚନା କରିଥିଲେ। ପରେ ପରେ ଏହି ଘଟଣା ସମ୍ପର୍କରେ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କୁ ଅବଗତ କରାଯାଇଥିଲା। ବିଧାୟକ ଶ୍ରୀ ମିଶ୍ର ଏଥିରେ ଗଭୀର ଶୋକପ୍ରକାଶ କରିବାସହ ମୃତକଙ୍କ ପରିବାରକୁ ତତ୍କାଳ ସହାୟତା ଯୋଗାଇଦେବାକୁ ଜିଲାପାଳଙ୍କୁ ଯୋଗାଯୋଗ କରିଥିଲେ। ଫଳସ୍ୱରୁପ ଜିଲାପାଳ ଭବାନୀଶଙ୍କର ଚୟିନୀଙ୍କ ସୁପାରିଶ କ୍ରମେ ମୃତକଙ୍କୁ ଜିଲା ରେଡକ୍ରସ ପାଣ୍ଠିରୁ ୩୦ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଘୋଷଣା କରିବାରେ ଉତ୍ତେଜନା ହ୍ରାସ ପାଇଥିଲା । ସେହିଭଳି ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ଗରିବ ମେଘନାଦଙ୍କ ପରିବାରକୁ ତତ୍କାଳ ହରିଶ୍ଚନ୍ଦ୍ର ସହାୟତା ଯୋଗାଇ ଦେବାନେଇ ସରପଞ୍ଚଙ୍କୁ ଯୋଗାଯୋଗ କରିଥିବା ଜଣାଇଛନ୍ତି । ଶବ ବ୍ୟବଛେଦ ପରେ ଶୋକାକୁଳ ପରିବେଶରେ ଗ୍ରାମ୍ୟ ଶ୍ମଶାନରେ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଛି । ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବାସହ ଡ୍ରାଇଭରକୁ ଗିରଫ କରି ଏହି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories