www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ବିଦ୍ୟୁତ ବିଭ୍ରାଟ କଲବଲ କରୁଛି ଜନଜୀବନ

ଆଠଗଡ :  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅହରହ ବିଦ୍ୟୁତ ବିଭ୍ରାଟ ଆଠଗଡ ଅଞ୍ଚଳରେ ଜନଜୀବନ କଲବଲ ହେଉଛି । ଗତ ପ୍ରାୟ ସପ୍ତାହେ ହେଲାଣି ରୌଦ୍ରତାପ ୪୦ ଡିଗ୍ରୀ ସେଲସିୟସ ଉପରେ ରହୁଥିବାବେଳେ ଗତକାଲି ଓ ଆଜି ପାରଦ ୪୨ ଡିଗ୍ରୀ ଉପରକୁ ଯିବା ଫଳରେ ଜୀବନ ଦୁର୍ବିସହ ହୋଇପଡିବା ଦ୍ୱାରା ଜନସାଧାରଣ ବିଶେଷକରି ଗରିବ ଶ୍ରେଣୀର ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ସକାଳ ୯ ସୁଦ୍ଧା ତାପମାତ୍ରା ୩୬ ରୁ ୩୮ ଡିଗୀ ସେଲସିୟସ ହୋଇଯାଉଛି । ସକାଳ  ୧୦ଟା ପରଠାରୁ ଲୋକ ପଦାକୁ ବାହାରିବା ବନ୍ଦ କରି ଦେବା ଫଳରେ ରାସ୍ତାଘାଟ ଶୂନଶାନ ହେବା ସହ ଦୋକାନ ବଜାରରେ ବ୍ୟବସାୟ ସନ୍ଧ୍ୟା ପର୍ଯ୍ୟନ୍ତ ବାଧାପ୍ରାପ୍ତ ହେଉଥିବାରୁ ବ୍ୟବସାୟୀ ଚିନ୍ତାରେ ରହୁଛନ୍ତି । ତା ସହ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ପରିସ୍ଥିତ ଅସହ୍ୟ ଓ ଯନ୍ତ୍ରଣାଦାୟକ ହେଉଛି । ପ୍ରତି ଘଣ୍ଟାକରେ ୩-୪ ଥର ଲାଇନ କଟୁଛି। ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ପାନୀୟଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେଉଥିବାରୁ ଲୋକଙ୍କ ସମସ୍ୟା ବହୁଗୁଣିତ ହୋଇଯାଉଛି । ବିଦ୍ୟୁତ ବିଭ୍ରାଟ କାହିଁକି ହେଉଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପଚାରିଲେ ଆବଶ୍ୟକତାଠାରୁ ଅଧିକ ଲୋଡ ପଡୁଥିବାରୁ ଆପଣାଛାଏଁ ଲାଇନ୍ ଟ୍ରିପ କରିଯାଉଛି ବୋଲି ଉତ୍ତର ମିଳୁଛି। ପ୍ରବଳ ଗରମ ପାଇଁ ଉପଭୋକ୍ତାମାନେ ବହୁ ସଂଖ୍ୟକ ଏସି, କୁଲର ଓ ଫ୍ୟାନ ବ୍ୟବହାର କରୁଥିବାରୁ ଟ୍ରାନ୍ସଫର୍ମର ଗୁଡିକର କ୍ଷମତାଠାରୁ ଢେର ଅଧିକ ଚାପ ପଡୁଥିବା କାରଣରୁ ଆପେ ଆପେ ବିଦ୍ୟୁତ ସରବରାହ ବ୍ୟାଘାତ ହେଉଛି । ଆଠଗଡ ସହର ଅପେକ୍ଷା ଗ୍ରାମାଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଅଧିକ ଓ ଦୀର୍ଘ ସମୟ ଧରି ଲାଇନ କରୁଥିବାରୁ ଗାଁ ଗହଳି ଲୋକଙ୍କ ଅବସ୍ଥା ଆହୁରି ଅଧିକ ସଙ୍ଗିନ ହୋଇପଡୁଛି । ଆକାଶରେ କଳା ବାଦଲ ଦେଖିବା ମାତ୍ରେ ଟାଟା ପାୱାର କର୍ତ୍ତୃପକ୍ଷ ଲାଇନ କାଟି ଦେଉଛନ୍ତି।  ଏଭଳି ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳି ସମୟରେ ଯଦି କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେଉଛି, ତେବେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବ୍ୟାହତ ହେଉଛି । ଆଠଗଡ ସହରରେ ଯଦି ଏପରି ଅବସ୍ଥା ତେବେ ଗ୍ରାମାଞ୍ଚଳ ଗୁଡିକର ଅବସ୍ଥା କଣ ହେଉଥିବ ସହଜରେ ଅନୁମେୟ ହେଉଛି । ଏହିପରି ଦୁର୍ବିସହ ପରିସ୍ଥିତିରୁ କେବେ ତ୍ରାହି ମିଳିବ ତାହା ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଉପଖଣ୍ଡ ପ୍ରଶାସନ ସମ୍ଭାବ୍ୟ  ଅଂଶୁଘାତର ମୁକାବିଲା ପାଇଁ କୌଣସି ପ୍ରସ୍ତୁତି ବା ଲୋକଙ୍କୁ ସଚେତନ କରାଯାଉ ନାହିଁ, କୌଣସି ଯାଗାରେ ଜଳଛତ୍ର ନାହିଁ । କେବଳ ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ଅଂଶୁଘାତ ଆକ୍ରାନ୍ତଙ୍କ ପାଇଁ ଏକ ଶୀତତାପ ନିୟନ୍ତ୍ରିତ କକ୍ଷ ସହ କିଛି ଶଯ୍ୟା ପ୍ରସ୍ତୁତ ରଖାଯାଇଥିବା ଜଣାପଡିଛି । ରଜ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବା ପରେ ତାପମାତ୍ରା କିଛିଟା ହ୍ରାସ ପାଇବ ବୋଲି ଆଶା କରାଯାଉଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories